୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍ ମର୍ଡର
କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୨ଜଣଙ୍କୁ ହତ୍ୟା କରାଯାଇଛି। ଏଥିସହ ଜଣଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଆଜି ଓଏମ୍ପି ବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେ ଜଣେ ଦିନ ମଜୁରିଆ ହୋଇଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ସେହିପରି ରାଣୀହାଟ ମେଡିକାଲ୍ ରାସ୍ତାରୁ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ବ୍ୟକ୍ତି ଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଏସ୍ସିବି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ଜରି ଗୋଟାଳି ବୋଲି ଅନୁମାନ କରାଯାଉଥିବା ବେଳେ ତାଙ୍କ ବେକ ଓ ମୁଣ୍ଡକୁ ତିନି ଜାଗାରେ ହଣା ଯାଇଥିବା ଦେଖିବାକୁ ମିଳିଛି।
ସୂଚନାଥାଉ କି, ଗତକାଲି କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।