ସାମାନ୍ୟ ବିବାଦରୁ ଡବଲ୍ ମର୍ଡର, ୧୮ ଘଣ୍ଟା ପଡ଼ି ରହିଲା ମୃତଦେହ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସାମାନ୍ୟ ବିବାଦରୁ ଡବଲ୍ ମର୍ଡର। ଶେଷରେ ୧୮ ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜରାସିଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ଗତକାଲିଠୁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ସକାଳେ ପୋଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ୍ ପୋଲିସ୍‌‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। 

ସୂଚନା ଅନୁସାରେ ଛେଳି ଚରାଇବାକୁ ନେଇ ଦୁଇ ବିବାଦ ଥିଲା। ଏହାକୁ ନେଇ ଗତକାଲି ଜଣକ ଘରେ ଅନ୍ୟ ଗୋଷ୍ଠୀର ଲୋକେ ପ୍ରବେଶ କରି ଆକ୍ରମଣ କରିଥିଲେ। ଏଥିରେ ଧନମତ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣେ ପ୍ରାଣ ହରାଇଥିଲେ। ୩ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୋଟିଏ ଗୋଷ୍ଠୀର ଲୋକେ ଅନ୍ୟ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କ ଦୋକାନ ଘର ମଧ୍ୟ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

You might also like