ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର

ବଲାଙ୍ଗିର: ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରୁ। ଗାଁର ରାଉତ ଏବଂ ବନଛୋରଙ୍କର ପରିବାର ଭିତରେ ଟ୍ରାକ୍ଟର ଭଡାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ପରିବାରର ୫ ଜଣ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏଥିରେ ବନଛୋର ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ଜଣେ ହେଲେ ଛନ୍ଦାମଣି ବନଛୋର୍ ଏବଂ ଅନ୍ୟ ଜଣେ ମୋତିଲାଲ୍ ବନଛୋର୍। ଆହତ ୮ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବାରୁ ବଲାଗିଂର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବେଲପଡା ପୋଲିସ ପହଞ୍ଚି ତଦନ୍ତ କରୁଛି।

ପ୍ରକାଶଥାଉକି, ବେଲପଡ଼ା ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗାଁର ମୋତିଲାଲ୍‌ ବନଚ୍ଛୋରଙ୍କର ଗୋଟିଏ ଟ୍ରାକ୍ଟର ଅଛି। ସେହି ଟ୍ରାକ୍ଟରକୁ ମଙ୍ଗଲ ରାଉତ ଚଳାଉଥିଲେ। ହେଲେ ତାଙ୍କୁ ନିୟମିତ ପାଉଣା ମିଳୁନଥିଲା। ପାଉଣା ବାବଦକୁ ପ୍ରାୟ ୧୦,୦୦୦ ଟଙ୍କା ମାଗିଲେ ଆଜି କାଲି କହୁଥିଲେ। ଏହାକୁ ନେଇ ଦୀର୍ଘ ଦିନ ହେଲା ବନଚ୍ଛୋର ଓ ରାଉତ ପରିବାର ମଧ୍ୟ ବିବାଦ ଲାଗି ରହିଥିଲା। ଆଜି ଏହି ବିବାଦର ସମାଧାନ ହେବାର ଥିଲା। ମଧ୍ୟାହ୍ନରେ ଗାଁର ବୈଠକ ବସିବାର ଥିଲା। ବୈଠକରେ ଯୋଗଦେବା ପାଇଁ ମୋତିଲାଲ୍‌ ବନ୍‌ଚ୍ଛୋର, ତାଙ୍କ ପୁଅ ଛନ୍ଦାମଣୀ ଓ ସମ୍ପର୍କୀୟମାନେ ଯାଉଥିଲେ।

ତେବେ ଗାଁ ମୁଣ୍ଡ ବ୍ରିଜ୍‌ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ମଙ୍ଗଲ ରାଉତ ଓ ତାଙ୍କ ଭାଇମାନେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ବନ୍‌ଚ୍ଛୋର ପରିବାର ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମୋତିଲାଲ୍‌ ଓ ତାଙ୍କ ପୁଅ ଛନ୍ଦାମଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଲ ରାଉତଙ୍କ ପରିବାରରୁ ମଧ୍ୟ ୫ ଆହତ ହୋଇଛନ୍ତି। 

You might also like