କୁଚିଣ୍ଡାରେ ଚାଞ୍ଚଲ୍ୟ; ଦାଦା ଓ ୪ ବର୍ଷର ପୁତୁରାକୁ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି। ୪ ବର୍ଷର ଶିଶୁପୁତ୍ର ସହ ଦାଦାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ପୋଲିସ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିଲା। ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ବଡ ଭାଇ ଓ ୪ ବର୍ଷର ପୁତୁରାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଭାଉଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଛି । ପୋଲିସ ତଦନ୍ତ ଜାରି ରହିଛି। ସାନଭାଇକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

 

You might also like