ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଡଟ୍‌ ଫେଷ୍ଟ୍‌ ଉଦ୍‌ଘାଟିତ ହୋଇଛି। ଏହି ଫେଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟର ସ୍ୱାଦ ପାଇବା ସହ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଓ ଶେଖରଙ୍କ ସଙ୍ଗୀତରେ ଦର୍ଶକ ଝୁମିଛନ୍ତି।

ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟ ଚାଲିବ। ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ।

ଏହା ପରେ ସଙ୍ଗୀତ ପରିବେଷଣ ଆରମ୍ଭ ହୋଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି କିମ୍ବା କୌଣସି କାରଣରୁ ବିଶାଲଙ୍କ ଗୀତ ଲୋକଙ୍କୁ ଶୁଭିନଥିଲା। ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ବିଶାଲ-ଶେଖରଙ୍କ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

You might also like