ରାଜଧାନୀ ଡଟ୍‌ ଫେଷ୍ଟ୍‌ରେ ଜମୁଛି ଲୋକଙ୍କ ଗହଳି

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍‌ ଫେଷ୍ଟ୍‌ରେ ଲୋକଙ୍କ ଗହଳି ଜମୁଛି। ଗତକାଲି ରବିବାର ଥିବାରୁ ଏହି ଫେଷ୍ଟିଭାଲ୍‌ରେ ଲୋକମାନେ ଆମିଷ ଓ ନିରାମିଷ ଖାଦ୍ୟର ମଜା ଉଠାଇଥିଲେ। ଏହାଛଡ଼ା ଶୀତୁଆ ସନ୍ଧ୍ୟାରେ ଯୁବପିଢ଼ି ରକ୍‌ ବ୍ୟାଣ୍ଡ୍‌ର ତାଳରେ ମଧ୍ୟ ଝୁମିଥିଲେ।

ଜାପାନ, ଫ୍ରାନ୍ସ, ଭାରତ, ପାକିସ୍ତାନ ଏମିତି ୧୬ଟି ଦେଶର ସୁସ୍ୱାଦୁ ବ୍ୟଞ୍ଜନ ସହିତ ଓଡ଼ିଆ ଖାଦ୍ୟ ଆଳୁଦମ ଦହିବରା, ଗୁପ୍‌ଚୁପ୍‌ ଓ କାକରା ମଧ୍ୟ ମିଳୁଛି। ଏମିତି ଅନେକ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍ ଫେଷ୍ଟରେ ଲୋକଙ୍କ ବେଶ୍‌ ଭିଡ଼ ଜମୁଛି।

ଫ୍ରାନ୍ସର ଫ୍ରେନ୍ସ ଫ୍ରାଇଜ, ଚିଜି ଭେଜ ଫିଙ୍ଗର୍ସ ଓ ଜାପାନର ହିବାଚି ପ୍ରନ୍ ଏମିତି ଅନେକ ବିଦେଶୀ ଖାଦ୍ୟ ଯାହାକି ଗୋଟିଏ ସ୍ଥାନରେ ମିଳୁଛି। ୨୩ଟି ଷ୍ଟଲ ଥିବା ବେଳେ ଲୋକମାନେ ଷ୍ଟଲକୁ ଷ୍ଟଲ୍‌ ବୁଲି ଦେଶୀ ବିଦେଶୀ ଖାଦ୍ୟର ମଜା ଉଠାଉଛନ୍ତି।

 

 

 

You might also like