ବାତ୍ୟା ପୂର୍ବରୁ ଓ ପରେ କ’ଣ କରିବେ, ପଢ଼ନ୍ତୁ

ଭୁବନେଶ୍ୱର: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ରହିଛି।

ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ଜାଣନ୍ତୁ ବାତ୍ୟା ପୂର୍ବରୁ କ’ଣ କରିବେ? ବାତ୍ୟା ସମୟରେ କ’ଣ କରିବେ? ବାତ୍ୟା ପରେ କ’ଣ କରିବେ?

ବାତ୍ୟା ପୂର୍ବରୁ କ’ଣ କରିବେ ?

  • ଧୈର୍ଯ୍ୟ ଧରନ୍ତୁ, ଭୟ କରନ୍ତୁ ନାହିଁ। ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ।
  • ମୋବାଇଲରେ ଚାର୍ଜ ରଖନ୍ତୁ।
  • ଟିଭି ଓ ରେଡିଓ ସମ୍ବାଦ ସହ ଅପଡେଟ୍ ରୁହନ୍ତୁ।
  • ଜରୁରୀକାଳୀନ ଫାଷ୍ଟ୍ ଏଡ୍ କିଟ୍ ପ୍ରସ୍ତୁତ ରଖନ୍ତୁ।
  • ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
  • ଘରକୁ ସୁରକ୍ଷା ଦିଅନ୍ତୁ।
  • କୌଣସି ଧାରୁଆ ଅସ୍ତ୍ରକୁ ଖୋଲା ଛାଡ଼ନ୍ତୁ ନାହିଁ।
  • ଗୃହପାଳିତ ପଶୁଙ୍କୁ ଏଣେତେଣେ ଛାଡ଼ନ୍ତୁ ନାହିଁ।

ବାତ୍ୟା ସମୟରେ କ’ଣ କରିବେ ?

  • ବିଦ୍ୟୁତ୍‌ ଓ ଗ୍ୟାସ୍‌ ସପ୍ଲାୟକୁ ବନ୍ଦ କରନ୍ତୁ।
  • ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ।
  • ଯଦି ଆପଣଙ୍କ ଘର ଅସୁରକ୍ଷିତ ଅଛି, ତେବେ ବାତ୍ୟା ପୂର୍ବରୁ ସେହି ସ୍ଥାନ ଛାଡ଼ନ୍ତୁ।
  • ରେଡିଓରେ ଖବର ଶୁଣନ୍ତୁ।
  • କ୍ଲୋରିନ୍‌ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ।
  • କେବଳ ସରକାରୀ ସୂଚନାକୁ ବିଶ୍ୱାସ କରନ୍ତୁ।

ବାତ୍ୟା ପରେ କ’ଣ କରିବେ ?

  • ଭଙ୍ଗାଘର ଭିତରକୁ ପ୍ରବେଶ କରନ୍ତୁ ନାହିଁ।
  • ଭଙ୍ଗା ବିଦ୍ୟୁତ୍‌ ଖୁଣ୍ଟ, ବିଜୁଳି ତାର ଓ ଅନ୍ୟ ଧାରୁଆ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ।
  • ଯଥାସମ୍ଭବ ସୁରକ୍ଷିତ ଆଶ୍ରୟସ୍ଥଳ ଖୋଜନ୍ତୁ।

ମତ୍ସ୍ୟଜୀବୀଙ୍କ ପାଇଁ ସୂଚନା…

  • ଅତିରିକ୍ତ ବ୍ୟାଟେରୀ ସହ ରେଡିଓକୁ ପାଖରେ ରଖନ୍ତୁ।
  • ଡଙ୍ଗା କିମ୍ବା ଭେଳାକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖନ୍ତୁ।
  • ସମୁଦ୍ରରେ ଦୁଃସାହସ କରନ୍ତୁ ନାହିଁ।

You might also like