ଗଞ୍ଜାମ୍‌ରେ ବିଗୁଡୁଛି କରୋନା ସ୍ଥିତି; କାଲିଠୁ ଡୋର ଟୁ ଡୋର ସ୍କ୍ରିନିଂ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ହେବ ଡୋର ଟୁ ଡୋର ସ୍କ୍ରିନିଂ । ଆସନ୍ତାକାଲିଠୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ।  ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ସହରାଞ୍ଚଳରେ ଅକ୍ସିମିଟର ସ୍କ୍ରିନିଂ କରାଯିବ । ଏଥିପାଇଁ ୨୦୦ ଜଣିଆ ଟିମ୍ ଗଠନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ପାଇଁ ଆଣ୍ଟିଜେନ୍ କିଟ୍ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସାରିଛି । ତେବେ ସହରାଞ୍ଚଳର କେଉଁ କେଉଁ ଜାଗାରେ କରାଯିବ, ସେନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଜଣାଇବେ।  ଡାକ୍ତର, ସିଡିଏମ୍ଓଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି ଜିଲ୍ଲାପାଳ ।

ଦ୍ୱିତୀୟ ଚ ଗଞ୍ଜାମର ସବୁ ଗ୍ରାମାଞ୍ଚଳରେ ଯାଞ୍ଚ କରାଯିବ । ସ୍କ୍ରିନିଂ ଅଞ୍ଚଳରେ ୩-୪ ଦିନ ସଟ୍‌ଡାଉନ୍ ଘୋଷଣା କରାଯିବ । ସେପଟେ କରୋନା ଗାଇଡ ଲାଇନ୍ ନମାନିଲେ ଦୋକାନୀମାନଙ୍କୁ ୫ ହଜାର ଟଙ୍କା ଜୋରିମାନା ସହ ୧୫ ଦିନ ପାଇଁ ଦୋକାନକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଦ୍ୱିତୀୟ ଥର ଉଲ୍ଲଂଘନ ହେଲେ ଏ‍ଫ୍‌ଆଇଆର ରୁଜୁ ସହିତ ଗୋଟିଏ ମାସ ପାଇଁ ଦୋକାନ ବନ୍ଦ କରାଯିବ ବୋଲି କୁହାଯାଇଛି।

You might also like