ବୟସ୍କଙ୍କ ସୁରକ୍ଷା ଚିନ୍ତା : ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ ବୋଲି କହିଲେ ବାଗଚୀ

ଭୁବନେଶ୍ୱର: ବୟସ୍କଙ୍କୁ ମୃତ୍ୟୁ ମୁଖକୁ ଠେଲିଦିଅନ୍ତୁ ନାହିଁ। ବୟସ୍କଙ୍କ ପାଖକୁ ଗଲାବେଳେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କୋଭିଡ୍ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। କରୋନା ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରି ଏପରି କହିଛନ୍ତି ବାଗ୍‌ଚୀ।

ବୟସ୍କ ଲୋକଙ୍କ ପ୍ରତି ରହିଥିବା ବିପଦ କଥା ବୁଝାଇ ବାଗଚୀ କହିଛନ୍ତି, ବୟସ ବଢ଼ିଲେ ରୋଗ ପ୍ରତିରୋଧକ ଶକ୍ତି କମେ। ବିଭିନ୍ନ ରୋଗ ହୁଏ। ବିଶେଷତଃ ମଧୁମେହ, ରକ୍ତଚାପ, ଶ୍ୱାସ ଜନିତ ରୋଗ ହୁଏ। ତେଣୁ ଏହିସବୁ ରୋଗରୁ ଘରର ବୟସ୍କଙ୍କୁ ରକ୍ଷା କରିବା ପାଇଁ ଯେତେବେଳେ ବି ତାଙ୍କ ପାଖକୁ ଯାଉଛନ୍ତି ମାସ୍କ ପିନ୍ଧି ଯାଆନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବାଗ୍‌ଚୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସୁଦ୍ଧା ଓଡ଼ିଶାରେ କରୋନାରେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି। ୧୭ ଜଣରୁ ୯ ଜଣ ମୃତକଙ୍କ ବୟସ ୬୦ ବର୍ଷରୁ ଅଧିକ। ସେମାନଙ୍କ ଭିତରୁ ୬ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେଣୁ ସେମାନେ କେମିତି ସଂକ୍ରମିତ ହେଲେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏକଥାକୁ ଭଲ ଭାବେ ବୁଝିବା ଏବଂ ତା ବିରୋଧରେ ଯୁଝିବା ଜରୁରୀ ବୋଲି ବାଗ୍‌ଚୀ କହିଛନ୍ତି।

ପରିବାରର କେହି ବାହାରକୁ ଯାଇ କରୋନା ଆଣି ସେମାନଙ୍କୁ ଦେଇଛି। ବାହାରକୁ ଗଲେ, ନିଜେ ସଂକ୍ରମିତ ହେଲେ, ବୟସ୍କଙ୍କ ଜୀବନ ନେଲେ। ସମୟ ଆସିଛି, ଘରର ପ୍ରତି ବୟସ୍କ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇ ରଖିବାକୁ ପଡ଼ିବ। ବୟସ୍କଙ୍କ ପାଖକୁ ଗଲେ ମାସ୍କ ପିନ୍ଧନ୍ତୁ, ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି କହିଛନ୍ତି ସୁବ୍ରତ।

ହୋମ୍ କ୍ୱାରେଣ୍ଟିନ ଭାଙ୍ଗୁଥିବା ଲୋକଙ୍କୁ ବି ଚେତାବନୀ ଦେଇଛନ୍ତି ସେ। ହୋମ୍ କ୍ୱାରେଣ୍ଟିନର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ ବୋଲି କହିବା ସହିତ ହୋମ୍ କ୍ୱାରେଣ୍ଟିନ କଡ଼ାକଡ଼ି ପାଳନ କରନ୍ତୁ ବୋଲି ସେ କହିଛନ୍ତି। ହୋମ୍ କ୍ୱାରେଣ୍ଟିନ ନିୟମ ଭାଙ୍ଗି ପରିବାର ସଦସ୍ୟଙ୍କୁ ବିପଦରେ ପକାନ୍ତୁନି ବୋଲି ବାଗ୍‌ଚୀ କହିଛନ୍ତି।

 

ଆହୁରି ପଢ଼ନ୍ତୁ

କଟକରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ; ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ୍

ବିଏମ୍‌ସି ଅଞ୍ଚଳରେ ସମାବେଶ ଉପରେ କଟକଣା

ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ବାହାଘରରେ କରୋନା କଟକଣା ଉଲ୍ଲଙ୍ଘନ: ହୋଟେଲ୍ ସିଲ୍‌, ୫ ଗିରଫ

କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ପଜିଟିଭ୍‌ରେ ରେକର୍ଡ ଭାଙ୍ଗୁଛି ଗଞ୍ଜାମ, ମୃତ୍ୟୁରେ ବି ନମ୍ବର ଓ୍ୱାନ୍

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

କେନ୍ ଭିତରେ ମୁଣ୍ଡ ଫସି ଛଟପଟ ହେଉଥିଲା ନାଗ; ଟିଣକୁ କାଟିବା ପରେ…

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

You might also like