‘ରାଜ୍ୟବାସୀ ଚିନ୍ତା କରନ୍ତୁନି, କରୋନାକୁ ଆମେ ଗୋଡ଼ାଇ ଧରୁଛୁ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଅନ୍ୟ ରାଜ୍ୟଙ୍କ ଠାରୁ ବହୁତ ଭଲ ଅଛି। କେସ୍‌ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା ଚିନ୍ତା କରୁନ୍ତୁନି ବୋଲି  କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ।

କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ଯେ ଆମ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କେସ୍ ବଢୁଥିଲେ ବି ରାଜ୍ୟବାସୀ ଚିନ୍ତା କରିବା ଅନାବଶ୍ୟକ। ଆମେ କରୋନାକୁ ଗୋଡ଼େଇ ଗୋଡ଼େଇ ଧରୁଛୁ, ଟ୍ରେସ୍ କରୁଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଗୋଟିଏ ବି କେସ୍ ଯେଭଳି ରହିବନି, ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଟ୍ରେସିଂ ବଢୁଥିବାରୁ କେସ୍ ବଢୁଛି, ଲୋକେ ଚିନ୍ତା କରନ୍ତୁନି। ସବୁ ଲକ୍ଷଣଯୁକ୍ତ କେସ୍ ଧରିପାରିଲେ, ନିଶ୍ଚିତ ଭାବେ ନିୟନ୍ତ୍ରଣ ହେବ। ଆମ ରାଜ୍ୟର ଆରୋଗ୍ୟ ହାର ୬୫% ଓ ମୃତ୍ୟୁ ହାର ୦.୫୪% ରହିଛି। ଆରୋଗ୍ୟ ହାରରେ ଆମେ ଅଧିକ, ମୃତ୍ୟୁ ହାରରେ କମ୍ ରହିଛୁ।

ସେହିପରି ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା ହୋଇଛି। ଅଙ୍ଗନବାଡ଼ି, ଆଶା କର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି। କାହାରି ଠାରେ ଲକ୍ଷଣ ଦେଖାଗଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ଏବେ ୧୯ ଜାଗାରେ ଟେଷ୍ଟିଂ ହେଉଛି, ୧୦ ଦିନରେ ଆଉ ୬ ଜାଗାରେ ହେବ। ଆଜି ଦିନରେ ୧୧ ହଜାର ଟେଷ୍ଟ ହେଉଛି, ଆଗକୁ ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ ବେଡ୍ ବଢ଼ିଛି। ଅଗଷ୍ଟ ୩୧ ଭିତରେ କେତେ କେସ୍ ହେବ, ଏବେଠୁ ବେଡ୍ ବଢ଼ାଇଛୁ ବୋଲି ସେ କହିଛନ୍ତି।

ସେହିପରି ଘରେ ଚିକିତ୍ସାକୁ ସେ କହିଛନ୍ତି ଯେ ଲକ୍ଷଣ ନଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୋଇପାରିବେ। ଲକ୍ଷଣହୀନ ଘରେ ରହି ଚିକିତ୍ସା ହେଲେ ମେଡିକାଲରୁ ବୋଝ କମିବ। ଆସନ୍ତା ୪ ମାସ ପାଇଁ ସବୁ ଔଷଧ, ପିପିଇ କିଟ୍ ମହଜୁଦ ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like