ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା: ଘୁଞ୍ଚିଲା ବର୍ଷାଙ୍କ ପିଟିସନ୍‌ ଶୁଣାଣି

କଟକ: ଘୁଞ୍ଚିଲା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି।

ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଏହାସହ ବର୍ଷା ଅନୁଭବଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଅନୁଭବଙ୍କ ବିରୋଧରେ ବର୍ଷା ଏହିସବୁ ଅଭିଯୋଗ ଆଣିଛନ୍ତି…

  • ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଆନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି।
  • ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ଏହାକୁ ବିରୋଧ କଲେ ହାତରେ ଓ ବାଡ଼ିରେ ପିଟନ୍ତି। ଏପରିକି ଗୋଇଠା ମାରନ୍ତି ବୋଲି ବର୍ଷା ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।
  • ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ମଧ୍ୟ ଅନୁଭବ ଏହାକୁ ଏଡ଼ାଇ ଦେଉଥିଲେ। ଜୁନ୍ ୭ରେ ଅତ୍ୟାଚାରର ସବୁ ସୀମା ଟପି ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିବା ଏବଂ ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିବା, ନ ହେଲେ ପରିଣାମ ଭୋଗିବାକୁ ଧମକ ଦେଇଥିବା ବର୍ଷା ପିଟିସନ୍‌ରେ ଦର୍ଶାଇଛନ୍ତି।
  • ବିବାହ ପରେ ଏକାଧିକ ଫିଲ୍ମରେ ବର୍ଷା ଅଭିନୟ କରିବା ପରେ ବି ତାଙ୍କୁ ପାରିଶ୍ରମିକ ଦେଇ ନାହାନ୍ତି ଅନୁଭବ। ଏପରିକି ଏକାଧିକ ଝିଅଙ୍କ ସହ ଅନୁଭବଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ବର୍ଷା। 

ଆହୁରି ପଢ଼ନ୍ତୁ

You might also like