• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାନବିକତା ଦୃଷ୍ଟିରୁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ‘ରାଜ୍ୟରେ ମହିଳା ଅସୁରକ୍ଷିତ, ଯାହାର ଜ୍ୱଳନ୍ତ ଚିତ୍ର ହେଉଛନ୍ତି ସାଂସଦ ଅନୁଭବ ମହାନ୍ତି। ଆମେ ଯେତେବେଳେ ଓଡ଼ିଶାରେ ମହିଳା ଅସୁରକ୍ଷିତ କଥା କହୁଥିଲୁ ସେତେବେଳେ ସରକାର ଏହାକୁ ସ୍ୱୀକାର କରୁ ନ ଥିଲେ। ଆଉ ଏବେ ଅନୁଭବ-ବର୍ଷାଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଛି।’

ସେ ଆହୁରି କହିଛନ୍ତି, ‘ଯିଏ ନିଜ ଘରେ ନିଜ ସ୍ତ୍ରୀକୁ ସମ୍ମାନ ଦେଇ ପାରୁ ନାହାନ୍ତି, ସ୍ତ୍ରୀଙ୍କୁ ନ୍ୟାୟ ଦେଇ ପାରୁ ନାହାନ୍ତି, ଯିଏ ମଦ୍ୟ ପାନ କରି ନିଜ ସ୍ତ୍ରୀକୁ ଶାରୀରିକ ଅତ୍ୟାଚାର କରୁଛନ୍ତି...ସେ କେନ୍ଦ୍ରାପଡ଼ାର ମା’, ଭଉଣୀଙ୍କୁ କ’ଣ ସମ୍ମାନ ଦେବେ ? ତେଣୁ ସେ ନିଜେ ଇସ୍ତଫା ଦିଅନ୍ତୁ ଓ ସାଂସଦ ପଦରୁ ନିଜକୁ ମୁକ୍ତ କରନ୍ତୁ। ଜଣେ ଅନ୍ୟାୟ, ଅତ୍ୟାଚାରୀ କେବେବି ସାଂସଦ ଭାବେ ରହିବାର ତାଙ୍କର କୌଣସି ଅଧିକାର ନାହିଁ। ନବୀନ ବାବୁ ତାଙ୍କୁ(ଅନୁଭବ)ଦଳରୁ ବହିଷ୍କାର କରନ୍ତୁ।’

ଅନ୍ୟପକ୍ଷରେ, ଏ ନେଇ ସାଂସଦ ଅନୁଭବ ମହାନ୍ତି କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Domestic-violence-case-against-mp-anubhav-mohanty-bjp-mahila-morcha-demands-the-parliamentarian-to-resign
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories