ଚିଲିକା କୂଳରେ ଡଲଫିନ୍‌ର ମୃତଦେହ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଠ ନିକଟରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ମିଳିଛି। ମୃତ ଡଲଫିନ୍‌କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ତେବେ ଡଲଫିନ୍ ମୃତ୍ୟୁର କାରଣ ଜଣାପଡିନାହିଁ।

ଚଳିତ ମାସରେ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ଗତ ଜାନୁଆରୀ ମାସରେ ହୋଇଥିବା ଗଣନାବେଳେ ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡିଥିଲା।

You might also like