ଚିଲିକାରେ ୨ ମାସରେ ମଲେଣି ୪ ଡଲ୍‌ଫିନ

ବଢୁଛି ଚିନ୍ତା, ଅଧିକାରୀ କହୁଛନ୍ତି ‘ନିମୋନିଆ’

ବ୍ରହ୍ମଗିରି ( ରବିନାରାୟଣ ପୂଜାରୀ) : ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ଅନ୍ୟତମ ପ୍ରମୁଖ ଆର୍କଷଣ ହେଲା ଡଲଫିନ।। ହେଲେ ବର୍ଷ ଆରମ୍ଭରୁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି। ଜାନୁୟାରୀ ଓ ଫେବୃୟାରୀରେ ୪ଟି ବିରଳ ଇରାୱାଡି ଡଲଫିନର ମୃତ୍ୟୁ ହୋଇଛି।  ଚିଲିକାରେ ଏହି ପ୍ରଜାତିର ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ଏବେ ସ୍ୱେଚ୍ଛାସେବୀ ଓ ବନବିଭାଗର ଚିନ୍ତା ବଢାଇଛି।

ଚଳିତବର୍ଷ ଆରମ୍ଭରୁ ଏଯାଏଁ ଡଲଫିନଙ୍କ ମୃତ୍ୟୁ ସଂଖ୍ୟା ୪ ଛୁଇଁଲାଣି। ଡଲଫିନ ଗଣନା ତଥ୍ୟ କହୁଛି, ୨୦୧୫ରେ ୧୩୪ଟି ଡଲଫିନ ଥିବା ବେଳେ ୨୦୧୭ରେ ଏହା କମି ୧୨୧ରେ ପହଞ୍ଚିଥିଲା। ୨୦୧୮ରେ ଡଲଫିନ ସଂଖା ବଢି ୧୫୫ରେ ପହଞ୍ଚିଛି। ହେଲେ ମୃତ୍ୟୁହାରକୁ ଯଦି ଦେଖିବା ୨୦୧୫ରେ ୮ଟି, ୨୦୧୭ରେ ୬ଟି, ୨୦୧୮ରେ ୫ଟି  ଡଲ୍‌ଫିନର ମୃତ୍ୟୁ ହୋଇଛି। କିନ୍ତୁ ୨୦୧୯ ଆରମ୍ଭରୁ ୨ମାସ ଭିତରେ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଲାଣି। ଯାହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଉଚ୍ଚଶଦ୍ଦ ସମ୍ପନ୍ନ ବୋଟ ଚାଲିବା,ମାତ୍ରାଧିକ ମୋବିଲ, ଡିଜେଲ ପାଣିରେ ମିଶିବା, ଚିଲିକାରେ ଜଳପତ୍ତନର ହ୍ରାସ ମଧ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି।

ବ୍ରହ୍ମଗିରି ଅତିରିକ୍ତ ପ୍ରାଣୀଧନ ଚିକିତ୍ସକଙ୍କ କହିବା ଅନୁଯାୟୀ, ନିମୋନିଆ ଯୋଗୁ ଡଲଫିନଗୁଡ଼ିକ ମୃତ୍ୟୁମୁଖରେ ପଡୁଛନ୍ତି। ଏନେଇ ସାତପଡା ରେଞ୍ଜ ଅଧିକାରୀ କହୁଛନ୍ତି, ଡଲଫିନର ବ୍ୟବଚ୍ଛେଦ ରିର୍ପୋଟ ଉଚ୍ଚପଦାଧିକାରୀଙ୍କ ପାଖକୁ ପଠାଯାଇଛି। ଯାହା ନିର୍ଦ୍ଦେଶ ଆସିବ ତଦନୁଯାୟୀ ପଦକ୍ଷେପ ନିଆଯିବ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like