ଶିଶୁର ମୃତଦେହକୁ ଝୁଣି ଖାଇଦେଲେ କୁକୁର
ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା।
ଏନେଇ ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ। ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା।
ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ୍ ଜଗଦ୍ଦେବ କହିଛନ୍ତି।