କୁକୁର ଆତଙ୍କ; ଗୋଡ଼େଇ ଗୋଡ଼େଇ କାମୁଡ଼ୁଛି

କଳାହାଣ୍ଡି: ଗୋଲାମୁଣ୍ଡା ବ୍ଳକରେ ବୁଲା କୁକୁର ଆତଙ୍କ ଦେଖା ଦେଇଛି। କିଛି ମାସ ତଳେ ଜଣେ ଶିଶୁ ଏବଂ ବୃଦ୍ଧଙ୍କୁ ଝୁଣି ମାରିବା ପରେ ଏବେ ପୁଣି ଆତଙ୍କ ଖେଳାଇଛନ୍ତି ବୁଲା କୁକୁର। ଗୋଲାମୁଣ୍ଡା ବ୍ଲକ୍ ଦଶପୁର ଏବଂ ଧାମନପୁର ଅଞ୍ଚଳରେ କୁକୁର କାମୁଡ଼ାରେ ୧୧ ଜଣ ଆହତ ହୋଇଛନ୍ତି।

ଗତକାଲି ସଂଧ୍ୟାରେ ଗୋଟିଏ ବୁଲା କୁକୁର ଧାମନପୁର ଗାଁର ୩ଜଣଙ୍କୁ କାମୁଡ଼ିଥିଲା। ଏହାପରେ ଦଶପୁର ଗାଁରେ ଜଣେ ବୃଦ୍ଧା,ଗର୍ଭବତୀ ମହିଳା ଓ ଶିଶୁ ସମେତ ୮ ଜଣକୁ କାମୁଡ଼ି ଦେଇଥିଲା। ସମସ୍ତ ଆହତ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣ କୁକୁର କାମୁଡ଼ାରେ ଆହତ ହେବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

You might also like