ଭୁବନେଶ୍ୱର : ୱେବସାଇଟ୍ରେ ଅପ୍ଲୋଡ ହେବ ପୁଲିସ ଗାଡ଼ି ଡକ୍ୟୁମେଣ୍ଟ। ଗତକାଲି ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଚେତିଛି ପୁଲିସ। ଆଜି ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍କୁ ଯାଇ ଦେଖିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ଗତକାଲି ରାଜମହଲ ଛକରେ ସରକାରୀ ଗାଡିକୁ ପୁଲିସ ଛାଡିଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। ପୁଲିସ ଗାଡି ସମେତ ସରକାରୀ ଗାଡିକୁ ଅଟକାଇଥିଲେ। ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ କରିଥିଲା।