ହୋଟେଲ୍‌ ରୁମ୍‌ ଭିତରୁ ମିଳିଲା ଡାକ୍ତରଙ୍କ ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ହୋଟେଲ୍ ରୁମ୍ ଭିତରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଜାମଦା ଗାଁର ଆଶା ଚରଣ ମାଝି। ସେ ରାଞ୍ଚି ସ୍ଥିତ କୋଭିଡ୍ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ।

ଗତକାଲି ଅପରାହ୍ଣରେ ହୋଟେଲ୍ କର୍ମଚାରୀମାନେ ଆଶା ଚରଣଙ୍କୁ ଡାକିଥିଲେ। ହେଲେ ସେ କୌଣସି ଉତ୍ତର ଦେଇନଥିଲେ। ଫଳରେ ଏସମ୍ପର୍କରେ ପୋଲିସ୍‌କୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ତାଙ୍କର କେମିତି ମୃତ୍ୟୁ ହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

You might also like