କ୍ଲିନିକ୍‌ରେ ନିଜ ତଣ୍ଟି କାଟିଲେ ଡାକ୍ତର

ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ବାନ୍ଦୁଟିକରା ଅଞ୍ଚଳରେ ଜଣେ ଡାକ୍ତର ନିଜର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ନାମ ସୁବୋଧ ସାହୁ ବୋଲି ଜଣାପଡ଼ିଛି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସେ ଏପରି ଅଭାବନୀୟ କାଣ୍ଡ କରିଛନ୍ତି।

ଦାନ୍ତ ବିନ୍ଧୁଥିବାରୁ ବନବାସପାଲିର ଜଣେ ମହିଳା ସୁବୋଧଙ୍କ କ୍ଲିନିକ୍‌କୁ ଆସିଥିଲେ। ସୁବୋଧ ତାଙ୍କୁ ଏକ ଇଞ୍ଜେକ୍ସନ୍‌ ଦେଇଥିଲେ। ଏଥିରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ବରଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଭୟଭୀତ ହୋଇ ଡାକ୍ତର ସୁବୋଧ ସାହୁ ନିଜର ତଣ୍ଟି କାଟି ଦେଇଥିବା ଜଣାପ଼ଡ଼ିଛି। ତାଙ୍କୁ ବରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

You might also like