• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଣ ଏହି କୋଭିଡ୍-୧୯ ଭୂତାଣୁ, କେଉଁଠୁ ଆସିଲା, କିଭଳି ବ୍ୟାପିଲା, କଣ ଏହାର ଚିକିତ୍ସା, ଏଥିରୁ କିଭଳି ମୁକ୍ତି ପାଇବ ମଣିଷ ସମାଜ? ସଂକ୍ରମଣ ବ୍ୟାପିବାକୁ ଦେଢ ବର୍ଷ ହୋଇଯାଇଥିଲେ ବି କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ରୂପ ବଦଳାଇବା ସହ ନିଆଁ ଭଳି ବ୍ୟାପୁଛି ଭୂତାଣୁ। ତେଣୁ ସ୍ବାସ୍ଥ୍ୟକର୍ମୀ ହୁଅନ୍ତୁ, ଡାକ୍ତର ବା ଲ୍ୟାବ୍ ଟେକ୍ନିସିଆନ ସ୍ବାସ୍ଥ୍ୟସେବାରେ ନିୟୋଜିତ ଲୋକଙ୍କ ଲାଗି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏହି ଅଦୃଶ୍ୟ ଶତ୍ରୁ। ଜଣଙ୍କ ଶରୀରରେ ଭୂତାଣୁ ପ୍ରବେଶ କରିଛି ନା ନାହିଁ ତାହା ଜାଣିବା ଲାଗି କରାଯାଉଛି RTPCR ଏବଂ ଆଣ୍ଟିଜେନ୍ ଟେଷ୍ଟ।

ତେବେ ଭୂତାଣୁର ସଠିକ ନିରୂପଣ ଚିକିତ୍ସା ପ୍ରକ୍ରିୟା ଲାଗି ଅତି ଜରୁରୀ ହୋଇଥିବାରୁ ବଢିିଛି ଲ୍ୟାବ୍ ଟେକ୍ନିସିଆନମାନଙ୍କ ଦାୟିତ୍ୱ। ତାସହିତ ଯେଉଁଠି ଆଗରୁ ଦିନକୁ ହାତ ଗଣତି ଟେଷ୍ଟ କରିବାକୁ ପଡୁଥିଲା। ଏବେ ଜଣ ଜଣଙ୍କୁ ନିରବଚ୍ଛିନ୍ନ ଭାବେ ଏହି କାମ କରିବାକୁ ପଡୁଛି। ଏହାଦ୍ୱାରା ଟେଷ୍ଟିଂ ପ୍ରକ୍ରିୟାରେ ନିୟୋଜିତ କର୍ମଚାରୀ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି। ତେବେ କର୍ତ୍ତବ୍ୟର ଆହ୍ଵାନ ଏମାନଙ୍କ ମନରୁ ଦୂରେଇ ଦେଇଛି ଭୂତାଣୁ ଭୟ। ବିନା ଦ୍ୱିଧାରେ ଏମାନେ ଦିନରାତି ଏକ କରି ଟେଷ୍ଟିଂ କାମରେ ଲାଗିଛନ୍ତି।

ତେବେ କାଳେ ସେମାନଙ୍କ ଦ୍ୱାରା ଭୂତାଣୁ ଅନ୍ୟ କାହାକୁ ବ୍ୟାପିବ, ସେଇ ଭୟରେ ଦୀର୍ଘ ଦିନ ହେଲା ପରିବାର ଓ ଜ୍ଞାତି କୁଟୁମ୍ଭଙ୍କ ମୁହଁ ବି ଚାହିଁ ନାହାନ୍ତି। କ୍ୟାପିଟାଲ ହସପିଟାଲରେ କାର୍ଯରତ ସୁରକ୍ଷାକର୍ମୀ ମୃତ୍ୟୁଞ୍ଜୟ ସୁରକ୍ଷାକର୍ମୀ ହୋଇଥିଲେ ମଧ୍ୟ ସଂକ୍ରମିତଙ୍କୁ ସହାୟତା କରିବା ଲାଗି ସଦାସର୍ବଦା ତତ୍ପର ମୃତ୍ୟୁଞ୍ଜୟ ଆକ୍ରାନ୍ତଙ୍କୁ ହ୍ବିଲ ଚେୟାରରେ ନେବା ହେଉ କି ହସପିଟାଲ ଆସୁଥିବା ଲୋକଙ୍କୁ ଭୂତାଣୁ ସଂପର୍କରେ ସଚେତନା କରାଇବା ଏସବୁ କରିବା ଦ୍ୱାରା ତାଙ୍କୁ ଅସୀମ ଆନନ୍ଦ ମିଳିଥାଏ ବୋଲି କହନ୍ତି ମୃତ୍ଯୁଞ୍ଜୟ।  ଏଭଳି ବ୍ୟକ୍ତି ବିଶେଷଙ୍କ ଭୂମିକା ହିଁ ମହାମାରୀ ବିରୋଧୀ ଲଢେଇ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ଉପ ଅଧିକ୍ଷକ।

ରିପୋର୍ଟ: ଅରିନ୍ଦମ ଦାସ

Doctor-nurse-technicians-fight-against-corona-for-24-hrs
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories