ଡାକ୍ତର ଓ କର୍ମଚାରୀ ମାତାଲ ହୋଇ ନାଚୁ ଥିବା ଭିଡିଓ ଭାଇରାଲ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କ.ନୂଅା ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଓ କର୍ମଚାରୀ ମାତାଲ ହୋଇ ନାଚୁଥିବା ଭିଡିଓ ଭାଇରାଲ । ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସଂପୃକ୍ତ ଅଫିସର।

କିଏ ଓ କାହିଁକି ଭିଡିଓ ଭାଇରାଲ କରିଛି ତାହା ସେ ଜାଣି ନାହାନ୍ତି । କିନ୍ତୁ ନୂଅାଖାଇ ପର୍ବ ଅବସରରେ ଏକ ପାର୍ଟିର ଅାୟୋଜନ କରାଯାଇଥିଲା ଏବଂ ଡ୍ୟୁଟି ସରିବା ପରେ ପାର୍ଟି ହୋଇଥିଲା ବୋଲି ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଭିଷେକ ନାୟକ କହିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ବନ୍ଦ କୋଠରୀ ଭିତରେ ଡାକ୍ତର ଓ କର୍ମଚାରୀ ମାତାଲ ହୋଇ ନାଚୁ ଥିବାର ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ବେଶ ଚର୍ଚ୍ଚା ଲାଗି ରହିଛି।

You might also like