• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଣେ ଗର୍ଭବତୀଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ ଆସିନଥିବା ଓ ତାଙ୍କ ସ୍ତ୍ରୀଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଇ ନ ଥିବା ଅଭିଯୋଗ କରି ମହିଳାଙ୍କ ସ୍ୱାମୀ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଡାକ୍ତର ଦିଲୀପ ପଟ୍ଟନାୟକ ଆହତ ହୋଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଡାକ୍ତର ଦିଲୀପ ପଟ୍ଟନାୟକ କହିଛନ୍ତି, ‘ମୁଁ ରୋଗୀ(ମହିଳା)ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି, ଏହି ସମୟରେ ତାଙ୍କ ସ୍ୱାମୀ ଆସି ମୋତେ ଆକ୍ରମଣ କଲେ। ସେ(ମହିଳାଙ୍କ ସ୍ୱାମୀ) କହିଲେ ଯଦି ମୋ ସ୍ତ୍ରୀର କିଛି ହୁଏ ତେବେ ତତେ ମାରିଦେବି। ତୁ ଏକୁଟିଆ ରହୁଛୁ ମୁଁ ଜାଣିଛି, ତତେ ମୁଁ ରାତିରେ ମର୍ଡର କରିଦେବି।’

ଆମ୍ବୁଲାନ୍ସ ଆସିବାର ନେଇ ଡାକ୍ତର ଦିଲୀପ କହିଛନ୍ତି, ରୋଗୀଙ୍କୁ ରେଫର୍‌ ହେଲେ ସିନା ଆମ୍ବୁଲାନ୍ସ ଆସିବ।

ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

https://youtu.be/GvmUu4IjsJo

Doctor-attacked-by-patients-kin-in-hospital
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories