ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା: ଡାକ୍ତର ଓ ନର୍ସଙ୍କୁ କରୋନା

ନୟାଗଡ଼: ରାଜ୍ୟରେ ପୁଣି କରୋନା ପଜିଟିଭ୍ ହେଲେ କୋଭିଡ୍ ଯୋଦ୍ଧା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନୟାଗ଼ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଉଭୟଙ୍କ ସ୍ୱାବ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇଜଣଙ୍କୁ ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଲକ୍ଷଣ ନ ଥିବା କହିଛନ୍ତି ସିଡିଏମ୍ଓ। ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ କ୍ୱାରେଣ୍ଟିନ୍‌ରେ ରହିଥିବା  ସିଡିଏମ୍ଓ ସୂଚନା ଦେଇଛନ୍ତି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ସର୍ଜରୀ ୱାର୍ଡ ସିଲ୍ କରାଯିବା ସହ ସାନିଟାଇଜ୍ କରାଯାଇଛି।

ନିକଟରେ ରାଉରକେଲା ସରକାରୀ ହସ୍ପିଟାଲର ମଧ୍ୟ ୨ଜଣ ଆରଜିଏଚ ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ସେହିଭଳି ଏସ୍‌ବି ମେଡିକାଲ୍‌ର ଡାକ୍ତରଙ୍କୁ ମଧ୍ୟ କରୋନା ହୋଇଥିଲା। ପ୍ରଥମଥର ପାଇଁ ମେ ୨୬ରେ କଟକ ସିଟି ହସ୍‌ପିଟାଲ୍‌ରେ ଜଣେ ଡାକ୍ତରଙ୍କୁ କରୋନା ହୋଇଥିଲା। ଏହା ରାଜ୍ୟର ପ୍ରଥମ ଘଟଣା ଥିଲା। ସେବେଠୁ କୋଭିଡ୍‌ ଯୋଦ୍ଧାଙ୍କ କରୋନା ଆକ୍ରାନ୍ତ ଖବର ଆସୁଛି।

You might also like