ଆବଶ୍ୟକ ନଥିଲେ ଘରୁ ବାହାରନି: SRC

ଭୁବନେଶ୍ୱର: ଥଣ୍ଡାରେ ଥରୁଛି ଓଡ଼ିଶା। ରାଜ୍ୟରେ ଶୀତର ପ୍ରକୋପ ବଢୁଥିବାରୁ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି। ନିହାତି ଆବଶ୍ୟକ ନଥିଲେ ଘରୁ ପଦାକୁ ନବାହାରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ରାତିରେ ୨ ଚକିଆ ଯାନରେ ନଯିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ମୁନିସପାଲିଟି କମିଶନରଙ୍କୁ ଚିଠି ଲେଖି ତତ୍କାଳ ସଚେତନତା ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏପଟେ ପ୍ରବଳ ଶୀତ ଲହରୀ ପାଇଁ ଓଡ଼ିଶାର ୧୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ଝାରସୁଗୁଡ଼ା, ଢ଼େଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟ ୧୦ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏପଟେ କନ୍ଧମାଳ ସମେତ ରାଜ୍ୟର ଅନ୍ୟ ସ୍ଥାନରେ କମିଛି ପାରଦ। ଗତକାଲି ଦାରିଙ୍ଗିବାଡ଼ିରେ ୬ ଓ ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୪ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି। କହିବାକୁ ଗଲେ ବିଶେଷ କରି କନ୍ଧମାଳ, ଶୀତର ପ୍ରକୋପ ଅଧିକ ରହିଛି। ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି।

You might also like