ସର୍ବାଧିକ ୫ଟି ଜିଲ୍ଲାରେ ଖର୍ଚ୍ଚ ହୋଇଛି ଖଣିଜ ପାଣ୍ଠି : ଗୃହରେ ଉଠିଲା DMF ଅର୍ଥ ଖର୍ଚ୍ଚ ସଂପର୍କିତ ପ୍ରଶ୍ନ
ଭୁବନେଶ୍ୱର: ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ। ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର। ବିଧାୟକଙ୍କ ଉତ୍ତରରେ ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଛି। କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଏବଂ ଝାରସୁଗୁଡାରେ ଜିଲ୍ଲାରେ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି।
କେନ୍ଦୁଝର ଜିଲ୍ଲାରେ ୩ ହଜାର ୬୯୭ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୧୯୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାଜପୁରରେ ୧ ହଜାର ୬୧୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୧ ହଜାର ୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେପଟେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪ ହଜାର୫୭୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୧ ହଜାର ୧୨୮ କୋଟି ଖର୍ଚ୍ଚ ହୋଇଛି। ଅନୁଗୁଳ ଜିଲ୍ଲାରୁ ୧ ହଜାର ୬୪୧ କୋଟି ଆଦାୟ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୯୫୬ କୋଟି।
ସେହିପରି ଝାରସୁଗୁଡା ୧ ହଜାର ୪୭୦ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୮୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର॥
#ଉଠିଲା_DMF_ଖର୍ଚ୍ଚ_ପ୍ରସଙ୍ଗ
ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ । ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା। #OdishaLegislativeAssembly #Odisha pic.twitter.com/nqv9bHWw92— ଓଟିଭି (@otvkhabar) February 25, 2021