‘ଅଚାନକ ଯାଅ, ହସ୍ପିଟାଲ ଯାଞ୍ଚ କର’

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୨୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ DMETର ପଦକ୍ଷେପ। ରାଜ୍ୟରେ ଘରୋଇ ହସ୍ପିଟାଲ କର୍ମଚାରୀ କରୋନା ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ DMET ପକ୍ଷରୁ ସମସ୍ତ ହସ୍ପିଟାଲ ପାଇଁ ଏକ ଗାଇଡ୍‌ଲାଇନ ଜାରି ହୋଇଥିଲା। ଏହାର କଡ଼ାକଡ଼ି ଯାଞ୍ଚ ପାଇଁ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ପୋଲିସ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ତିନିଜଣିଆ ଟିମ୍ ଗଠନ କରାଯାଇଛି।

ଏହି ଗାଇଡ୍‌ଲାଇନ ଅନୁସାରେ, ସମସ୍ତ ଘରୋଇ ହସ୍ପିଟାଲଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛି DMET। ତେବେ ଏହି ପ୍ରୋଟୋକଲ୍ ଠିକ୍ ଭାବେ ପାଳନ ହେଉଛି କି ନାହିଁ ଯାଞ୍ଚ ପାଇଁ, ଆଜି ଠାରୁ ଟିମ୍ ଗଠନ କରି ଅଚାନକ ପରିଦର୍ଶନ ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ।

DMET ଜାରି କରିଥିବା ମାର୍ଗଦର୍ଶିକା:-

  • ହସ୍ପିଟାଲ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଓ ପ୍ରଶିକ୍ଷଣମୂଳକ ପଦକ୍ଷେପ ସଂପର୍କରେ ୭ଦିନରେ ପ୍ରଶିକ୍ଷଣ ଦେବା।
  • ପ୍ରଶିକ୍ଷଣ ସଂପୂର୍ଣ୍ଣ ନେଇ ପ୍ରମାଣ ପତ୍ର ଦାଖଲ କରିବା।
  • ନୋଡାଲ ଅଫିସରଙ୍କ ନାଁ, ଇ-ମେଲ ଓ ଠିକଣା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପାଖରେ ଦାଖଲ କରିବା।
  • କରୋନା ସନ୍ଦିଗ୍ଧ କିମ୍ବା ପଜିଟିଭଙ୍କ ପାଇଁ ସ୍ୱତନ୍ତ୍ର କ୍ଲିନିକ୍‌ର ବ୍ୟବସ୍ଥା କରିବା।
  • କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟ କେଉଁଠି ନିୟୋଜିତ ନ କରିବା।
  • ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନହେବା ଯାଏଁ ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ନ କରିବା।

ସେହିପରି କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନୁନଥିବା ରାଜଧାନୀର ହସ୍ପିଟାଲକୁ କଡ଼ା ଚେତାବନୀ ଦେଇଛି ବିଏମ୍‌ସି। କରୋନା ବେଳରେ ହସ୍ପିଟାଲ ପ୍ରୋଟୋକଲ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like