• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଖା ଦେଇଥିବାରୁ ସତର୍କ ରହିବାକୁ ଡିଏମ୍ଇଟି ନିର୍ଦ୍ଦେଶକଙ୍କ ଆହ୍ୱାନ। ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢୁଥିବାରୁ ଲୋକେ ଯଥା ସମ୍ଭବ ସତର୍କ ଓ କୋଭିଡ୍ ନିୟମାବଳୀ ମାନିବାକୁ ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି। ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବାକୁ ସେ କହିଛନ୍ତି। ଏହାଛଡ଼ା ସଂକ୍ରମଣ ରୋକିବା ଲାଗି ପ୍ରଶାସନକୁ ସହଯୋଗ କରିବାକୁ ସେ କହିଛନ୍ତି। ଘର ପାଖରେ ଯଦି କେହି ବାହାରୁ ଆସିଛନ୍ତି, ସେନେଇ ତୁରନ୍ତ ପ୍ରଶାସନକୁ ଜଣାଇବାକୁ ସେ ଅନୁରୋଧ ବି କରିଛନ୍ତି। ଯେଉଁମାନେ ଟିକା ନେବାକୁ ଭୟ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବାକୁ ସେ କହିଛନ୍ତି। ଏହାସହ ହୋଲି ଦିନ ଘରେ ରହି ରଙ୍ଗ ଖେଳିବାକୁ  ପରାମର୍ଶ ଦେଇଛନ୍ତି ଡିଏମଇଟି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡିବ। ନିଜେ ସଚେତନ ହେଲେ କରୋନା ମହାମାରୀକୁ ଆମୋ ରୋକିପାରିବା। ନିଜେ ମାସ୍କ ପିନ୍ଧିବା ସହ ବାରମ୍ବାର ସାବୁନରେ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର କରିବା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ପୁଣି ଥରେ କରୋନା ବ୍ୟାପୁଥିବାରୁ ଆମେ ଜନଗହଳି ସ୍ଥାନକୁ ଯିବାନାହିଁ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଏହାସହ ସାମାଜିକ ଦୂରତାକୁ ମଧ୍ୟ ଆମେ ଗୁରୁତ୍ୱ ଦେବା। କେବଳ ଏତିକି ନୁହେଁ ସାମାଜିକ ଦାୟିତ୍ୱ ଓ ନୈତିକ ଦାୟିତ୍ୱ ଆମର ରହିଛି।

ତେଣୁ ଆମ ପାଖ ଆଖରେ କାହାର କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଏ ବା କୌଣସି ଲୋକ ବାହାରୁ ଆସିଥିଲେ ଆମେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା। ଏମିତି କଲେ ଯାହାର ଲକ୍ଷଣ ଥିବ ସମ୍ପୃକ୍ତ ବ୍ୟକ୍ତିଙ୍କର ପରୀକ୍ଷା ହୋଇପାରିବ ବୋଲି ସେ କହିଛନ୍ତି। ଏହାସହ ଯାହା ଉପରେ ସନ୍ଦେହ ହେବ ସେମାନଙ୍କୁ କ୍ୱାରେଣ୍ଟାଇନ ସେଂଟରରେ ରଖିବା ବୋଲି ସେ କହିଛନ୍ତି। ଆମେ ସଚେତନତା ହେବା ସହ ପ୍ରଶାସନର କଥା ମାନିଲେ କରୋନା ନିଶ୍ଚିତ ଦୂରେଇ ଯିବ। ଏହାସହ ଭ୍ୟାକ୍ସିନ ନେଲେ ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବଢିବ। ତେଣୁ ଭ୍ୟାକ୍ସିନ ନେବା ମଧ୍ୟ ଜରୁରୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ରାଜ୍ୟରେ କ୍ରମାଗତ ଭାବରେ ସଂକ୍ରମଣ ବଢିବାରେ ଲାଗିଛି। ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି   ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Dmet-reaction-on-corona-virus
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories