ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ନେଇ କ’ଣ କହିଲେ ଡିଏମ୍‌ଇଟି?

ଭୁବନେଶ୍ୱର: କରୋନାକୁ ନେଇ ସୋସାଲ ମିଡିଆ ଓ ସାଧାରଣରେ ଅନେକ କଥା ଚର୍ଚ୍ଚା ହେଉଛି। ଓଡ଼ିଶାରେ କରୋନା ସ୍ଥିତି କଣ ସେ ଆଜି ସ୍ପଷ୍ଟ ହୋଇଛି। ରାଜ୍ୟରେ କରୋନା ଏଯାଏଁ କୌଣସି ଗୋଷ୍ଠୀ ସଂକ୍ରମଣ ଆଡକୁ ଯାଇନାହିଁ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଷ୍ଟେଜ୍-୨ରେ ହିଁ ରହିଛି। ତେବେ ଆଗକୁ ଯଦି ନମୂନା ଟେଷ୍ଟ ସଂଖ୍ୟା ବଢ଼ିଲେ ହୁଏତ ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି।

ଡାକ୍ତର ସିବେକେ ମହାନ୍ତିଙ୍କ କହିବାନୁସାରେ ‘ପ୍ରତି କ୍ଲଷ୍ଟରକୁ ଆମେ ଅନୁଧ୍ୟାନ କରୁଛୁ। ଆମ ପାଖରେ ଯେତିକି ଡାଟା ରହିଛି, ତାକୁ ଅନୁଧ୍ୟାନ କଲେ ଓଡିଶା ଏବେ ଗୋଷ୍ଠୀ ସଂକ୍ରମଣକୁ ଯାଇନାହିଁ। ସେହି ଷ୍ଟେଜ-୨ରେ ରହିଛି।’

 

You might also like