ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭରେ ରହୁଛି କରୋନା ସଂକ୍ରମଣର ସ୍ଥିତି: ଡିଏମ୍ଇଟି ମୁଖ୍ୟ

  • ଓଡ଼ିଶାରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି
  • ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
  • ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି
  • ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ  ସିବିକେ ମହାନ୍ତି ଆଜି ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି,ରାଜ୍ୟରେ ଫ୍ଲାଟିନିଙ୍ଗ କର୍ଭ ବା ସମାନ୍ତରାଳ ଭାବେ ରହୁଛି କରୋନା ସଂକ୍ରମଣର ସ୍ଥିତି। ଏହା ହେଉଛି ଏକ ସମାନ୍ତରାଳ ସ୍ଥିତି, ଅର୍ଥାତ ଯାହାକି ଢେଉ ଭଳି ରହୁଛି। କେତେବେଳେ ଉପରେ ତ ଆଉ କେତେବେଳେ ଡାଉନ ସ୍ଥିତିରେ ରହୁଛି ସଂକ୍ରମଣ। ଗତକାଲି ରାଜ୍ୟରେ ପଜିଟିଭ ସଂଖ୍ୟା ୮ ହଜାର ହୋଇଥିଲା। ଆଜି ତାହା  ୭ ହଜାର ପାଖାପାଖି ପହଞ୍ଚିଛି। ହେଲେ ଏହାକୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକ ନାହିଁ। କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି।”

ସେ ଆହୁରି କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ଯୁ ସଂଖ୍ୟା କମ ଅଛି। କରୋନା ହୋଇ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ଯୁବରଣ କରୁଛନ୍ତି। 

ଅନ୍ୟପକ୍ଷେ, ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି ଏହି ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିଲେ ମଧ୍ୟ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ଜାରି ରହିବ ବୋଲି ସୂଚନା ମିଳିଛି

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ଜଣ ପଜିଟିଭ୍  ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି।

ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍। ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ ସଟଡାଉନ୍ ଭଳି  ଚରମ ପଦକ୍ଷେପ ନିଆଯାଇପାରେ  ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

You might also like