ହୁସିଆର୍‌ ! ଏଣିକି ଗାଡ଼ି ଚଲାଇବା ବେଳେ ଏସବୁ ନିୟମ ନ ମାନିଲେ ବାତିଲ୍‌ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର: ଏବେ ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ। ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ନିମ୍ନ ଲିଖିତ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ(DL) ୩ ମାସ ପାଇଁ ବାତିଲ୍‌ ହେବ।

  • ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ DL ବାତିଲ୍।
  • ରେଡ୍ ଲାଇଟ୍ କଟକଣା ନ ମାନି ଆଗକୁ ବଢ଼ିଲେ DL ବାତିଲ୍।
  • ଓଭରଲୋଡିଂ କିମ୍ବା ମାଲ୍‌ବାହୀ ଗାଡ଼ିରେ ଯାତ୍ରୀ ନେଲେ DL ବାତିଲ୍।
  • ମଦ କିମ୍ବା ଡ୍ରଗ୍ସ ଖାଇ ଗାଡ଼ି ଚଳାଇଲେ DL ବାତିଲ୍।
  • ମୋବାଇଲ୍‌ରେ ଗପି ଗାଡ଼ି ଚଳାଇଲେ ମଧ୍ୟ ବାତିଲ୍ ହେବ DL।

ସୁପ୍ରିମକୋର୍ଟ କମିଟିଙ୍କ ସଡ଼କ ନିରାପତ୍ତା ଗାଇଇଡ୍‌ଲାଇନ୍ସ‌ ଅନୁସାରେ ପରିବହନ କମିଶନରଙ୍କ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

You might also like