ସେପ୍ଟେମ୍ବର ୩୦ ଯାଏ ଗାଡ଼ି ସମ୍ପର୍କିତ ଏହି ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍‌ନେସ୍‌, ପରମିଟ୍‌(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍‌ସ୍‌ର ଅବଧି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏ ବୈଧ ଥିବା ଲର୍ଣ୍ଣସ୍‌ ଲାଇସେନ୍ସ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମଧ୍ୟ ବୈଧ ହୋଇପାରିବ।

ସେହିପରି ମାଲ୍ ପରିବହନ, ଘରୋଇ ଗାଡ଼ି, ଶିକ୍ଷାନୁଷ୍ଠାନରେ ଲାଗିଥିବା ଗାଡ଼ିର ପରମିଟ୍ ମଧ୍ୟ ସେପ୍ଟେମ୍ବର ୩୦ ଯାଏ ବୈଧ ରହିବ।

You might also like