ଦୀପାବଳି ନ ପାଳି ଅନ୍ୟକୁ ଆଲୋକ ଦେଉଥିବା ମଣିଷମାନେ
ଭୁବନେଶ୍ୱର: ଦୀପାବଳି ଆଲୋକର ପର୍ବ। ରଙ୍ଗୀନ ଆଲୁଅରେ ହସୁଛି ସହରର ଗଳିକନ୍ଦି। ଘରେ ଘରେ ଆତସବାଜି, ପିଠାପଣାର ସମ୍ଭାର। ଉତ୍ସବର ମାହୋଲ। ହେଲେ ଏମାନେ ଏମିତି ମଣିଷ, ଯିଏ ଅନ୍ୟକୁ ଆଲୋକ ଦିଏ ସିନା, ନିଜେ ରହଯାଏ ଅନ୍ଧାରରେ। ଦୀପାବଳିର ଆଲୋକ ଦେଖିପାରେନି କି ପିଠାପଣା ମହକ ଜାଣି ପାରେନି। ଏମାନେ ଆମ ବିଦ୍ୟୁତ୍ ବିଭାଗର ଲାଇନ ମ୍ୟାନ।
ପର୍ବପର୍ବାଣୀ ପଡ଼ିଲେ ଏମାନଙ୍କ ବେଶିକାମ। ପ୍ରତି ମୁହୂର୍ତ୍ତରେ ଚାହିଁ ରହିଥିବେ କାଳେ କେଉଁଠି ଅଘଟଣ ହେବ ! ଜୀବନକୁ ବାଜି ଲଗାଇ ଏମାନେ ଅନ୍ୟକୁ ଖୁସି ବାଣ୍ଟିବେ। ପିଲାଙ୍କ ଖୁସିରେ ସାମିଲ ହେବା ପାଇଁ ଇଚ୍ଛା ଥିଲେ ବି ଏମାନେ ଯାଇପାରନ୍ତିନି। ବିନା କ୍ଷୋଭରେ, ବିନା ଅଭିଯୋଗରେ ବିଭିନ୍ନ ପ୍ରତିକୂଳ ପରିବେଶରେ ଏମାନେ ଲୋକଙ୍କ ଖୁସି ପାଇଁ ନିଜ ଖୁସିକୁ ଏଡ଼ାଇ କାମ କରନ୍ତି।
ଶୁଣନ୍ତୁ କ’ଣ କହୁଛନ୍ତି ଏଇ ଲାଇନମ୍ୟାନ ମାନେ।
https://youtu.be/Qd8Hpdw4TQA