ଭୁବନେଶ୍ୱର: ବାଣ ଫୁଟା ବନ୍ଦ ପରେ ଏବେ ଦୀପ ଦୋକାନ ଉପରେ ବି କଟକଣା ଲଗାଇଲା ବିଏମ୍ସି। ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଦୀପାବଳିରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ତେଣୁ ଏଥର ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି।
ଏନେଇ ବିଏମ୍ସି କମିଶନର କହିଛନ୍ତି, ଦୀପ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯିବ। ବ୍ୟବସାୟୀ ଅନୁମତି ନେଇ ଦୋକାନ ଖୋଲିବେ। ପୂର୍ବରୁ ରହିଥିବା ଦୋକାନ ସାମାଜିକ ଦୂରତ୍ୱ ରଖି ବିକ୍ରି କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି।