• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ପୂର୍ଣ୍ଣାଙ୍ଗ
  • ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ଏହା ତାଙ୍କ ନିଶା
  • ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି
  • ଚର୍ଚ୍ଚାରେ ସୁବର୍ଣ୍ଣପୁର ବିନିକା ଅରିଗାଁର ଦୟାନିଧି ନାଏକ

ବିନିକା(ଦିଲ୍ଲୀପ ସାହୁ) : ଦିବ୍ୟାଙ୍ଗ ସାର୍ ଦୟାନିଧି ନାଏକଙ୍କୁ ଶତ ଶତ ପ୍ରଣାମ । ଜଣେ ନିସ୍ୱାର୍ଥପର ମଣିଷର ମହତ ପ୍ରୟାସ ।  ସେ ଧନୀ ନୁହନ୍ତି, ହେଲେ କୌଣସି ଦାନୀଠୁ ବି କମ୍ ନୁହନ୍ତି । ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ପିଲାଙ୍କୁ ପାଠ ପଢ଼ାଇବାର ଆଗ୍ରହ ଏହାକୁ ତାଙ୍କ ପାଇଁ  ନିଶାରେ ପରିଣତ କରିଛି । ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ସେ ପୂର୍ଣ୍ଣାଙ୍ଗ ।

ସେ ନିଜେ ଠିଆ ହୋଇପାରନ୍ତିନି, ହେଲେ ପିଲାଙ୍କୁ ନିଜ ଗୋଡ଼ରେ ଠିଆ କରାଇବାକୁ ସର୍ବଦା ଚେଷ୍ଟିତ । ମନରେ ଭରପୁର ଇଚ୍ଛାଶକ୍ତି ଓ କୌଣସି ନୂଆ ପ୍ରୟାସ ପାଇଁ ତାଙ୍କ ଅଦମ୍ୟ ଆଗ୍ରହ । ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅରିଗାଁରେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ଦିବ୍ୟାଙ୍ଗ ଯୁବକ ଦୟାନିଧି ନାଏକ । କରୋନା କାଳରେ ସ୍କୁଲ ଯାଇପାରୁନଥିବା ଏବଂ ଅନଲାଇନ କ୍ଲାସ୍ ସୁବିଧା ପାଉନଥିବା ଗରିବ ପିଲାଙ୍କୁ ମାଗଣାରେ ଦିନକୁ ୬ ଘଣ୍ଟା ପାଠ ପଢ଼ାଉଛନ୍ତି ଦୟାନିଧି ।

ଦୟାନିଧି ନାୟକ କରିଛନ୍ତି, କରୋନା ପାଇଁ ସ୍କୁଲ ବନ୍ଦ ହୋଇଯିବା ପରେ ପିଲାମାନେ ବାହାରା ବୁଲା ବୁଲି କରୁଥିଲେ । ପାଖରେ ମୋବାଇଲ ନଥିବା କହିବାକୁ ନିଜେ ପିଲାଙ୍କୁ ମାଗଣାରେ ପାଡ ପଢ଼ାଇବା ପାଇଁ ଚିନ୍ତା କରିଥିଲେ । ବୁଲୁଥିବା ଛୁଆ ମାନଙ୍କୁ ମୋ ପାଖରେ ପାଠ ପଢ଼ିବ କି ବୋଲି ପ୍ରଶ୍ନ କରିଥିଲେ । ତେବେ ପିଲାମାନେ ପାଠ ପଢ଼ିବା ପାଇଁ  ଆଗ୍ରହ ପ୍ରକାଶ ଗୋଟିଏ ପରେ ଗୋଟିଏ ଛୁଆ ତାଙ୍କ ପାଖକୁ ଆସିଥିଲେ । ଏବେ ପାଖାପାଖି ୫୦ ଟି ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ସାର୍ । 

ଉଲୁଣ୍ଡା ବ୍ଲକ୍ ସିଣ୍ଡୋଲ ଗାଁର ଦୟାନିଧି ସମ୍ବଲପୁର ଜିଏମ୍ କଲେଜରେ ସ୍ନାତକ ପରେ ୨ ବର୍ଷ ହେଲା ବିନିକା ଅରିଗାଁରେ ନିଜ ମାମୁଘରେ ରହୁଛନ୍ତି । ସକାଳ ହେଲେ ସେ ନିଜ ତିନିଚକିଆ ସାଇକେଲରେ ବାହାରି ଯାଆନ୍ତି ପିଲାଙ୍କୁ ପାଠ ପଢ଼ାଇବାକୁ । ତାଙ୍କ ପାଠ ପଢ଼ାଇବା ଶୈଳୀ ବି ନିଆରା । ଇଂରାଜୀ, ଗଣିତ, ସାହିତ୍ୟ ଆଦି ସହ ପାଠ ସହ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ନାଚଗୀତ ଆଦି କଳା ପ୍ରତି ବି ଆଗ୍ରହ ସୃଷ୍ଟି କରନ୍ତି । ଏବେ ପ୍ରଥମରୁ ଷଷ୍ଠ ଯାଏଁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ନିୟମିତ ତାଙ୍କ ପାଖରେ ଶିକ୍ଷା ଗ୍ରହଣ କରୁଛନ୍ତି ।

Divyanga-teacher-in-binika-imparts-free-education-to-children
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories