ବାସୁଦେବପୁର: ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଜଣେ ଦିବ୍ୟାଙ୍ଗ ବାଳିକା ଚିଠି ଲେଖିଛନ୍ତି।
ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଇଶାଣପୁର ଗାଁର ଉପେନ୍ଦ୍ର ପାଣିଙ୍କ ଝିଅ ମଧୁମିତା ବାକ୍ ଓ ଶ୍ରବଣ ବାଧିତ। ଦିନ ମଜୁରିଆ ଭାବେ କାମ କରି ଉପେନ୍ଦ୍ର ପରିବାର ବହୁତ କଷ୍ଟରେ ଚଳାଉ ଥିବାବେଳେ ଘରର ଅବସ୍ଥା ନ କହିବା ଭଲ।
https://youtu.be/ssOgwd_pecs
ସରକାରୀ ସହାୟତାରେ ଘରଟିଏ ପାଇଁ ବହୁବାର ବିଭିନ୍ନ ଦପ୍ତର ବୁଲି ବୁଲି ନିରାଶ ହେବାପରେ ଝିଅ ମଧୁମିତା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଘରଟିଏ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସେପଟେ ସ୍ଥାନୀୟ ସରପଞ୍ଚ କହିଛନ୍ତି, ତାଙ୍କ ନାଁ ଏସ୍ଇସିସି ତାଲିକାରେ ନ ଥିବାରୁ ଘର ମିଳିପାରୁନାହିଁ।