ଦାନା ବାନ୍ଧୁଛି ବିଜେଡିରେ ଟିକଟ ବଣ୍ଟା ଅସନ୍ତୋଷ

ଚାନ୍ଦବାଲିରେ ବ୍ୟୋମକେଶ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରୁ ପଦାରେ ପଡିଲା କଳି

ଭୁବନେଶ୍ୱର :  ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡିରେ ବିବାଦ ସେତିକି ବଢୁଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ବିଧାୟକ ଓ ଟିକଟ୍ ଆଶାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା, ଖୋଲାଖୋଲି ଗଣ୍ଡଗୋଳର ରୂପ ନେଲାଣି।

ମୋବାଇଲ୍ ବଣ୍ଟନକୁ ନେଇ ମଧ୍ୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ମଧ୍ୟରେ ହାତାହାତି।  ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ରାଜ୍ୟରେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏବେ ଏଭଳି ସ୍ଥିତି।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ‘ବ୍ୟୋମକେଶ ହଟାଅ ଚାନ୍ଦବାଲି ବଂଚାଅ’ ସ୍ଲୋଗାନ ଦେଇଥିଲେ ବିଦ୍ରୋହୀ ଗୋଷ୍ଠୀ।  ଏପରିକି ଦଳୀୟ କର୍ମୀମାନେ ବ୍ୟୋମକେଶ ହଟାଅ ବ୍ୟାନର୍ ଲଗାଇ ଗାଡ଼ିରେ ଆସୁଥିବା ବେଳେ ବିଧାୟକଙ୍କ ସମର୍ଥକଙ୍କ ସହ ହୋଇଥିଲେ ମୁହାଁମୁହିଁ।

ବ୍ୟୋମକେଶଙ୍କ ସମର୍ଥକ, ବିଦ୍ରୋହୀ ଗୋଷ୍ଠୀକୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ସେପଟେ ଭଦ୍ରକ-ଚାନ୍ଦବାଲି ଦିଗଛିଆ ବଜାରରେ ଅସନ୍ତୁଷ୍ଟ ଗୋଷ୍ଠୀ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ଗାଡ଼ିକୁ ଅଟକାଇ ମାମଲାର ସମାଧାନ ପାଇଁ ଦାବି କରିଥିଲେ ବିଜେଡି ଜିଲ୍ଲା ଉପସଭାପତି ପ୍ରତାପ ଧଳ ଏବଂ ବ୍ୟୋମକେଶଙ୍କ ଭିତରେ ଚାଲିଥିବା ଛକାପଞ୍ଝା ଯୋଗୁଁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।

ତେବେ ବିଜେପି ସହ ମିଶି ବିରୋଧୀ ଗୋଷ୍ଠୀ ଏଭଳି କରୁଛନ୍ତି ବୋଲି ବ୍ୟୋମକେଶ ଅଭିଯୋଗ କରିଛନ୍ତି। ରାଜ୍ୟର ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ଆଶାୟୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କିଛି ଦିନ ପୂର୍ବରୁ ଅନୁପ ସାଏଙ୍କୁ ବିରୋଧ କରି ନବୀନ ନିବାସ ସମ୍ମୁଖରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତା ଏକାଠି ହୋଇଥିଲେ। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବା ପାଇଁ ୫ରୁ ଅଧିକ ଲେଖାଏଁ ଆଶାୟୀ ଥିବାରୁ ଟିକଟ୍ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢିବ ବୋଲି କୁହାଯାଉଛି, ଯାହାକୁ ନେଇ ଚିନ୍ତାରେ ଦଳ।

ସେପଟେ ବିଭିନ୍ନ ସ୍କିମ୍‌ର ଫାଇଦା ଉଠାଇବାକୁ ନେଇ ବି ବଢୁଛି ଗଣ୍ଡଗୋଳ। ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ମୋବାଇଲ ବଣ୍ଟନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି। ଏମିତିକି ଥାନା ଅଧିକାରୀ ଓ କିଛି ବିଜେଡି ନେତାଙ୍କୁ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେଇଥିଲେ।

ସେପଟେ କାଳିଆ ଯୋଜନାରେ ଅନେକ ଚାଷୀଙ୍କୁ ସାମିଲ କରାଯାଇନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ବିଜେଡି କହିଛି କିଛି ସ୍ଥାନରେ ମତାନ୍ତର ମନାନ୍ତର ଥାଇପାରେ, କିନ୍ତୁ ବିଶୃଙ୍ଖଳା ହେବ ନାହିଁ।

ଗୋଟିଏ ପଟେ ସରକାର ବିରୋଧୀ ହାଓ୍ୱା, ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଅସନ୍ତୋଷ। ଏବେ ପୁଣି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିବାଦ। ଏସବୁ ଭିତରେ ପ୍ରାର୍ଥୀ ଚୟନ ସୁପ୍ରିମୋ ନବୀନଙ୍କ ବଡ ଚ୍ୟାଲେଂଜ ହେବ।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like