ବିଜେଡି-କଂଗ୍ରେସ ସମର୍ଥକ ମୁହାଁମୁହିଁ

ଡାକ୍ତରଖାନା ଉଦଘାଟନୀ କାର୍ଯ୍ୟକ୍ରମରେ ଗଣ୍ଡଗୋଳ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ୩୦ ଶଯ୍ୟା ବିଶିଷ୍ଟ ଶିଶୁ, ମା’ ଚିକିତ୍ସାଳୟର ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ଓ ସଭାରେ ଉପସ୍ଥିତ ବିଜେଡି ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଥିବା ବେଳେ ମାଗଣାରେ ଔଷଧୟ ମଧ୍ୟ ମିଳୁ ନହିଁ।

ଏପରି ସ୍ଥିତିରେ ବର୍ତ୍ତମାନ ଡାକ୍ତରଖାନା ଉଦ୍‌ଘାଟନ ନିର୍ବାଚନୀ ପ୍ରହସନ ବୋଲି ବିଧାୟକ ଅଂଶୁମାନ ମହାନ୍ତି ଅଭିଯୋଗ କରିଛନ୍ତି । ସେପଟେ ପଟ୍ଟାମୁଣ୍ଡାଇରେ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଘୋଷଣା ପରେ ଏଠାରେ ଆହୁରି ଅଧିକ ସଂଖ୍ୟକ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି।

ଆହୁରି ପଢ଼ନ୍ତୁ

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ

ଉପକୂଳ ଓଡ଼ିଶାରେ ବନ୍ୟା ବିପଦ

ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଅଡୁଆରେ ସୁନ୍ଦରଗଡ଼ ଏସ୍‌ପି ; ମାଡ଼ ମାରି ମହିଳାଙ୍କ ଗର୍ଭନଷ୍ଟ କରିଥିବା ଅଭିଯୋଗରେ ମାମଲା ରୁଜୁ

ନିଃସନ୍ତାନ ଥିବାରୁ ଏମିତି ନିଷ୍ପତ୍ତି ନେଲେ କି ପ୍ରଫେସର ଓ ତାଙ୍କ ପତ୍ନୀ ?

ଆଇଆଇସି ଓ ତହସିଲଦାରଙ୍କୁ ଏସ୍‌ଟିଏଫ୍‌ର ଘନଘନ ଜେରା

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

SCB ଆସିବେ ଜଗା କାଳିଆ

ଚୌଦ୍ୱାରର ବିଭିନ୍ନ ସ୍ଥାନରେ ଇମ୍ଫାର ଜନକଲ୍ୟାଣ କାର୍ଯ୍ୟକ୍ରମ

କିଓସ୍କ ବ୍ୟାଙ୍କ ଠକେଇ ମାମଲାରେ କେନ୍ଦ୍ର ପରିଚାଳକ ଗିରଫ

ଆଇଏଏସ ଅଦଳବଦଳ: ଗଗନ ଧଳ ବନ ଉନ୍ନୟନ ନିଗମ ଅଧ୍ୟକ୍ଷ, ସଞ୍ଜିବ ଚୋପ୍ରା ଗୃହ ସଚିବ

ବିନା ବର୍ଷାରେ ବନ୍ୟା; ଘରେ ପାଣି ବାହାରେ ବି ପାଣି

You might also like