• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୟାଗଡ଼: ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ଶ୍ରମ ବିଭାଗ। ଫସି ରହିଥିବା ଶ୍ରମିକଙ୍କ ଘରକୁ ଆଜି ଯାଇଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ।  ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ପରେ ଶ୍ରମ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

ଉଚ୍ଚ ବେତନ ଲୋଭରେ ଜଣେ ଏଜେଣ୍ଟଙ୍କ କଥାରେ ପଡ଼ି ନୟାଗଡ଼ ଜିଲ୍ଲାର କିଛି ଯୁବକ ୧୧ ମାସ ତଳେ ଦୁବାଇ ଯାଇଥିଲେ। ହେଲେ ସେମାନଙ୍କୁ ସେଠାରେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ପ୍ରତିଶ୍ରୁତି ଅନୁଯାୟୀ ପାରିଶ୍ରମିକ ମିଳୁ ନ ଥିଲା। ସେତିକି ନୁହେଁ, ଦୁଇଓଳି ଖାଇବାକୁ ବି ଦିଆଯାଉ ନ ଥିବା ଯୁବକମାନେ ଅଭିଯୋଗ କରିଛନ୍ତି। ଘରକୁ ଫେରି ଆସିବାକୁ ଚାହିଁଲେ ବି ସଂପୃକ୍ତ ମାଲିକ ସେମାନଙ୍କୁ ଛାଡ଼ୁ ନାହାନ୍ତି।

ଅତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରି ଗତକାଲି ସୋଶାଲ ମିଡିଆରେ ଏକ ଭିଡିଓ ଏହି ଶ୍ରମିକମାନେ ସେୟାର କରିଥିଲେ। ଏପଟେ ସେମାନଙ୍କର ଏଭଳି ଦୁର୍ଦ୍ଦଶା ଦଖି ଶ୍ରମିକଙ୍କ ପରିବାର ଓ ସମ୍ପର୍କୀୟମାନେ ବିଭିନ୍ନ ଆଶା ଆଶଙ୍କା ଭିତରେ ରହିଛନ୍ତି। ତେବେ ପ୍ରଶାସନର ତତ୍ପରତା ଦେଖିବା ପରେ ସେମାନେ ଆଶ୍ୱସ୍ତ ହୋଇଛନ୍ତି।

https://youtu.be/udKG3McUodw

District-labour-officials-meet-families-of-stranded-labourers-in-dubai-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories