ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ୍

କଟକ: କଟକ ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ନିର୍ବାଚନ ଅଧତ୍କାରୀ ନୋଟିସ୍‌ ପଠାଇଛନ୍ତି। ଏପ୍ରିଲ୨୨ରେ ଦେବାଶିଷ ନିଜ ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ପୋଷ୍ଟ୍ କରିଥିବା ଏକ ବାର୍ତ୍ତାକୁ ଆଧାର କରି ତାଙ୍କୁ ଏହି ନୋଟିସ୍ ପଠାଯାଇଛି।

ଦେବାଶିଷ ଯାହା ପୋଷ୍ଟ କରିଥିଲେ ତାହା ଭୋଟରଙ୍କୁ ପ୍ରଭାବିତ କରିବା ସହ ସେଥିରୁ ଦେବାଶିଷ ରାଜନୈତିକ ଫାଇଦା ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କର ଏଭଳି ପୋଷ୍ଟ ନିର୍ବାଚନ ଆଚରଣ ବିଦ୍ଧିକୁ ଖୁଲମ୍‌ଖୁଲା ଉଲ୍ଲଙ୍ଘନ କରୁଛି ବୋଲି ନୋଟିସ୍‌ରେ ଲେଖାଯାଇଛି। ୪୮ ଘଣ୍ଟା ଭିତରେ ଜବାବ ଦେବାକୁ ଦେବାଶିଷଙ୍କୁ ନର୍ଦ୍ଦେଶ ଦିଆଯାଇଛି।

You might also like