ବର୍ଷା ଯୋଗୁ ସ୍ଥିତି ବେହାଲ୍‌; ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ବର୍ଷା ଜାରି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳ ସମେତ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି।

ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ଶିକ୍ଷକ, କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଗଜପତି ଜିଲ୍ଲାର ମଧ୍ୟ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲାରେ ବି ଅଙ୍ଗନବାଡ଼ି କେନ୍ଦ୍ର ଓ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

You might also like