ଖୋଲୁନି ମଣ୍ଡି, ତା’ଉପରେ କଟ୍‌ନୀଛଟ୍‌ନୀ ମାଡ଼

ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଧାନ ବିକିବାକୁ ଓଡ଼ିଶା ଚାଷୀଙ୍କ ଆଗ୍ରହ

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି। ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସମସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି।

ଛତିଶଗଡ଼ ସରକାର ନିକଟରେ ଧାନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କାକୁ ବଢ଼ାଇଥିବାବେଳେ ପଶ୍ଚିମବଙ୍ଗରେ ବି ରେଟ୍ ୧୭୫୦ଟଙ୍କା ରହିଛି। ତେଣୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ଏବଂ ଦଲାଲଙ୍କୁ ଧାନ ବିକିବାକୁ ଶ୍ରେୟ ମଣୁଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡରେ ମଣ୍ଡି ଖୋଲି ନ ଥିବାରୁ ଚାଷୀ ପଡ଼ୋଶୀ ପଶ୍ଚିମବଙ୍ଗ ବେପାରୀଙ୍କୁ ଧାନ ବିକୁଛନ୍ତି। ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ଭୋଗରାଇ, ବସ୍ତା ପ୍ରଭୃତି ବ୍ଲକ୍‌ର ଚାଷୀମାନେ ପଶ୍ଚିମବଙ୍ଗର ସୁନାକଣିଆ ଓ ବେଲ୍‌ଦା ଅଞ୍ଚଳର ବଡ଼ ମିଲରଙ୍କୁ ସେମାନଙ୍କର ଧାନ ଏକ ହଜାରରୁ ୧୨ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ତେଣେ ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ତେଜିଛି ରାଜନୀତି। ଓଡ଼ିଶା ସରକାର ଛତିଶଗଡ଼ଠୁ କିଛି ଶିଖନ୍ତୁ। ନଚେତ୍ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି। ବିଜେପି କହିଛି ମିଲର, ଅଫିସର ଓ ନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଦୁର୍ଦ୍ଦଶାରେ ଅଛି। ଜବାବରେ ଯୋଗାଣମନ୍ତ୍ରୀ କହିଛନ୍ତି କେନ୍ଦ୍ରର ଲକ୍ଷ୍ମଣରେଖା ଯୋଗୁଁ ଚାଷୀଙ୍କ ସମସ୍ୟା ସମାଧାନରେ ଅସୁବିଧା ହେଉଛି।

 

You might also like