ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡ଼ା ଗାଁରେ ବେଆଇନ ପଥର ଖାଦାନର ବିସ୍ଫୋରଣ ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଣୁପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି।
ସେହିପରି ପଥର ଖାଦାନ ଦାୟିତ୍ୱରେ ଥିବା ଗୁଣୁପୁର ସଦର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅନୁପ କୁମାର ମାର୍ଥାଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କରିଛି ।
ଏଥିସହ ଆରଆଇ ସନ୍ତୋଷ ପଣ୍ଡା ଓ ଏଆରଆଇ ସନ୍ତୋଷ ଦାସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷରେ ଘଟଣାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବେଆଇନ ଭାବେ ଚାଲିଥିବା ଏହି ପଥର ଖାଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିବା ସହ ୭ ଜଣ ଶ୍ରମିକ ଆହତ ହୋଇଥିଲେ।