ମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କଲେ ନିଜ ଦଳର ବିଧାୟକ

ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଏଣିକି ଆଉ ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ରହିବେ ନାହିଁ। କେବଳ ଶିକ୍ଷାବିତ୍ ହିଁ ସଦସ୍ୟ ରହିବେ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଏହିି ସୂଚନା ପରେ କିନ୍ତୁ ସରକାର ଭିତରେ ହିଁ କେଁ ଦେଖାଦେଲାଣି।

ଅରୁଣ ସାହୁଙ୍କୁ ଜବାବ୍‌ ଦେଦଇ ବିଧାୟକମାନେ କମିଟିରେ ରହିବା କଥା ବୋଲି ଆଜି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ବିଧାୟକ କମିଟିରେ ରହିଲେ କଲେଜର ଉନ୍ନତି ହୋଇପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ।

ସେହିଭଳି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ସଂସ୍କାର ଲାଗି ସମସ୍ତେ ଚାହୁିଁଛନ୍ତି । କଲେଜ ପରିଚାଳନା କମିଟିରେ ଥାଅ ବା ନ ଥାଅ , ଲକ୍ଷ୍ୟ -ନୀତି-ଆଗ୍ରହ ଥିଲେ ଉନ୍ନତି ସାଧନ ହେବ।

ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ନିଜ ଲୋକଙ୍କୁ ଥଇଥାନ କରବା ପାଇଁ ଏପରି କରାଯାଉଥିବା ଉଭୟ ଦଳ କହିଛନ୍ତି।

ସୂଚନାଥାଉ କି, ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍‌ଙ୍କୁ ମିଳିବ ଗୁରୁତ୍ୱ। ଏବଂ ନେତା ଓ ବିଧାୟକଙ୍କ ପ୍ରଭାବ କମିବ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଥିଲେ। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ। ଏପରିକି ନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମମଧ୍ୟ ମନ୍ତ୍ରୀ ସୂଚନା ଦେଇଥିଲେ।

You might also like