କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା। ତେବେ ବର୍ତ୍ତମାନର ବିଧାୟକ କିଶୋର ତରାଇଙ୍କୁ ଟିକେଟ ନମିଳିବାକୁ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

କିଶୋରଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ସ୍ଳୋଗାନ ଦେବା ସହ କିଶୋରଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବାପରେ ସ୍ୱାଧୀନ ଭାବେ ଆଜି କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

You might also like