ଭୌତିକକାଣ୍ଡର ଅଜବ କାହାଣୀ ; ଅସ୍ୱାଭାବିକ ଆଚରଣ କରୁଛନ୍ତି ଯୁବତୀ ଓ ମହିଳା

ଗୁଣିଗାରେଡିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ

ନୂଆପଡ଼ା  : ଚନ୍ଦ୍ରରେ ଜନବସତିର ସ୍ୱପ୍ନ ଦେଖୁଛି ମଣିଷ। ଏଭଳି ସ୍ଥିତିରେ ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ମୁଣ୍ଡ ଟେକି ବିଜ୍ଞାନକୁ ଉପହାସ କରୁଛି କୁସଂସ୍କାର । ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଜବ ଏବଂ ଭୌତିକ କାଣ୍ଡର ଅବାସ୍ତବ ଚେହେରା।

କେବେ ଗାଁ ଦାଣ୍ଡରେ ତ ଆଉ କେବେ ଥାନା ଆଗରେ କୁଆଡ଼େ କାଳିସୀ ଲାଗୁଛି। କିଶୋରୀ ହୁଅନ୍ତି କି ଯୁବତୀ, ଝିଅ ହୁଅନ୍ତୁ ବୋହୂ , ଭୟଙ୍କର ଆଚରଣ ଦେଖାଉଛନ୍ତି ପ୍ରତିଦିନ। ନୂଆପଡ଼ା ଖଡ଼ିଆଳ ନିକଟ ସାନଦୋହେଲ୍ ଗାଁରେ ଆଜିକୁ ସପ୍ତାହେରୁ ଅଧିକ ଦିନ ହେଲାଣି,  ଅସ୍ୱାଭାବିକ ଲକ୍ଷଣ ଦେଖିବାକୁ ମିଳୁଛି ଏମାନଙ୍କ ନିକଟରେ । ଗାଁ ଲୋକ ଏବଂ ପରିବାର ସଦସ୍ୟଙ୍କ କହିବା କଥା, ପ୍ରତିଦିନ କେହି ନା କେହି ଏଭଳି ଢଙ୍ଗରେ ଗୁରୁଣ୍ଡି ଗୁରୁଣ୍ଡି ଗାଁର ନିର୍ଦ୍ଦିଷ୍ଟ ଜଣେ ଦୁଇ ଜଣ ବ୍ୟକ୍ତିଙ୍କ ଘର ପାଖରେ ପହଞ୍ଚୁଛନ୍ତି।

ଏହି ଘଟଣା ପରେ ଅଶାନ୍ତ ହୋଇପଡ଼ିଛି ସାରା ଗାଁ। ଗୁଣି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଗୋଷ୍ଠୀ ମାଡ଼ ମାରିବା ସହ ଦଣ୍ଡବିଧାନ ଦାବି କରି ଥାନା ଘେରାଓ ବି କରିଛନ୍ତି। ସେପଟେ ଆକ୍ରମଣର ଶୀକାର ବ୍ୟକ୍ତିଙ୍କ ଗୋଷ୍ଠୀ ପକ୍ଷରୁ ମଧ୍ୟ ଥାନାରେ ପାଲଟା ଏତଲା ଦିଆଯାଇଛି। ଉଭୟ ପକ୍ଷର ଏତଲା ଆଧାରରେ ପୁଲିସ ପ୍ରାୟ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ବିଶେଷଜ୍ଞଙ୍କ ମତ ଏହା ଏକ ମାନସିକ ରୋଗର ଲକ୍ଷଣ।

କାହିଁକି ଏବଂ କେଉଁ ପରିସ୍ଥିତିରେ ଏକାଧିକ ଯୁବତୀ ଓ ମହିଳା ଏଭଳି ଅସ୍ୱାଭାବିକ ରୋଗର ଶୀକାର ହୋଇଛନ୍ତି ? ତାକୁ କିପରି ନିରାକରଣ କରାଯାଇପାରିବ ? ତାଉପରେ ଫୋକସ କରିବା ନିତାନ୍ତ ଜରୁରୀ ।

You might also like