ଚିଲିକା ଓ ଅଂଶୁପାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‌

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଆର୍ଦ୍ରଭୂମି ପରିଚାଳନା ଚିନ୍ତା। ଆଗାମୀ ୫ ବର୍ଷ ମଧ୍ୟରେ ଚିଲିକା ଅଞ୍ଚଳରେ ଖର୍ଚ୍ଚ ହେବ ୧୫୮ କୋଟି ଟଙ୍କା ।  ଏଥିରେ ସ୍ଥାନୀୟ ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଏଥିନେଇ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍‌କୁ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଅନୁମୋଦନ ମିଳିଛି। ଏହି ଅର୍ଥରେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷିତ କରାଯିବା ସହ ଚିଲିକା ହ୍ରଦର ପରିବେଶ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ବୈଠକ ପରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ଅଂଶୁପା ହ୍ରଦର ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଏକ ପଞ୍ଚ ବାର୍ଷିକ ଯୋଜନା କରାଯାଇଛି। ଏହାଦ୍ୱାରା ୨ଟି ଗ୍ରାମର ୨୫୦ ମତ୍ସ୍ୟଜୀବୀ ଉପକୃତ ହେବେ। ସେହିଭଳି ୬୭୨ ବର୍ଗ କିଲୋମିଟର ପରିମିତ ଭିତରକନିକାର ୪୧୦ଟି ଗାଁର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଜୀବିକା ସୁରକ୍ଷିତ କରିବା ଯୋଜନାକୁ ମଧ୍ୟ ଅନୁମୋଦନ କରାଯାଇଛି।

ଶନିବାର ଅନୁଷ୍ଠିତ ବୈଠକରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You might also like