ରଙ୍ଗବତୀ ଗୀତର ନାଁ ଅନୁସାରେ ବଦଳିଲା ଗାଁର ନା

ଭୁବନେଶ୍ୱର: ଗୀତର ନାମ ରଙ୍ଗବତୀ ଅନୁସାରେ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ ହେଲା। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ। ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ  ହେଉଛି ବିଲୁଙ୍ଗ। ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି।

Mitrabhanu Gountia | Kosal Discussion and Development Forum
ବାମ ଆଡ଼ୁ ଜିତେନ୍ଦ୍ରୀୟ ହରିପାଲ୍, କ୍ରିଷ୍ଣା ପଟେଲ, ମିତ୍ରଭାନୁ ଗୌନ୍ତିଆ ଓ ପ୍ରଭୂଦତ୍ତ ପ୍ରଧାନ

୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ଦେଶ ବିଦେଶରେ ବେଶ୍‌ ଲୋକପ୍ରିୟ ଗୀତର ମାନ୍ୟତା ପାଇଛି। ଜିତେନ୍ଦ୍ରୀୟ ହରିପାଲ୍, କ୍ରିଷ୍ଣା ପଟେଲ କଣ୍ଠଦାନ କରିଥିବା ଏହି କାଳଜୟୀ ଗୀତକୁ ସଙ୍ଗୀତରେ ସଜେଇ ଥିଲେ ପ୍ରଭୁଦତ୍ତ ପ୍ରଧାନ। ଏହି ଗୀତ ପାଇଁ ମିତ୍ରଭାନୁ ଗୌନ୍ତିଆ ଓ ଜିତେନ୍ଦ୍ର ହରିପାଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

You might also like