ଆଇନ ଶୃଙ୍ଖଳା ବଜାୟ ରଖିବାରେ ସଫଳତା ପାଇଁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଲୋକଙ୍କ ନିକଟତର ହେବାକୁ ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରେ ଚାଲିଥିବା ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଅନ୍ତିମ ଦିନରେ ସେ ଆରକ୍ଷୀ ଆପ୍‌ର ଉନ୍ମୋଚନ କରି କହିଛନ୍ତି, ପୁଲିସ ଅଧିକାରୀ ଲୋକଙ୍କ ସମସ୍ୟା ବୁଝନ୍ତୁ, ତାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

ଆଇନ ଶୃଙ୍ଖଳା ବଜାୟ ରଖିବାରେ ସଫଳତା ପାଇଁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଶେଷ କରି ହକି ବିଶ୍ୱକପ୍ ବେଳେ ପୁଲିସର ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ପୁଲିସମାନେ ପ୍ରତିକୂଳ ପରିସ୍ଥିତିରେ କାମ କରୁଥିବାରୁ ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆଗାମୀ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପୁଲିସ ଜିଲ୍ଲା ଓ ବାଟାଲିୟନ୍‌କୁ ପୁରସ୍କୃତ କରିଥିଲେ।

ସେହିପରି ଆଜି ସମ୍ମିଳନୀରେ ନିର୍ବାଚନ ପରିଚାଳନା ଓ ତଦନ୍ତରେ  ଫୋରେନ୍‌ସିକ୍ ସାଇନ୍ସର ଅଧିକ ବ୍ୟବହାର ଉପରେ ଆଲୋଚନା ହୋଇଛି।

You might also like