• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନାରାରେ କମ୍ପୁଛି ରାଜଧାନୀର ଲୋୟର ପିଏମଜି।ଆନ୍ଦୋଳନକାରୀଙ୍କ ଏକା ଯିଦ୍, ଦାବି ପୂରଣ ନହେଲେ ଧାରଣାରୁ ହଟିବୁନି। ସ୍ଥାୟୀ ନିଯୁକ୍ତି ଦାବିରେ ଆଜିକୁ ଦୀର୍ଘ ୧୫ ଦିନ ହେଲାଣି ଏମିତି ଅହୋରାତ୍ର ଆନ୍ଦୋଳନ କରୁଛନ୍ତି ୬ ହଜାରରୁ ଅଧିକ ମହିଳା ସ୍ୱାସ୍ଥ୍ୟକର୍ମୀ। କରୋନା ସଂକ୍ରମଣରେ ଯେତେବେଳେ ସମଗ୍ର ରାଜ୍ୟ କଲବଲ ହେଉଥିଲା, ସେହି ସମୟରେ ସରକାରଙ୍କ ଆହ୍ୱାନରେ ସେବା ପାଇଁ ଆଗେଇ ଆସିଥିଲେ।

ଏମାନେ କିଏ ବେକାରୀ ତ ଆଉ କିଏ ଚାକିରି ଛାଡ଼ି ନୂଆ ଜୀବିକା ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୬ ମାସ କାଳ ନିଜ ଜୀବନକୁ ପାଣି ଛଡ଼ାଇ ଏବଂ ପିଲା ପରିବାରଙ୍କୁ ପଛରେ ପକାଇ ରୋଗୀ ସେବାରେ ଲାଗିଥିଲେ ରାତି ଦିନ। ହେଲେ ସଂକ୍ରମଣ ଥମିବା ପରେ କୋଭିଡି କେୟାର ସେଣ୍ଟର ବନ୍ଦ ହୋଇଯିବାରୁ ଏମାନେ ଏବେ ସମ୍ପୂର୍ଣ୍ଣ ବେକାରୀ। ଆଉ ଏଭଳି ସମୟରେ ସରକାର ନିଯୁକ୍ତି ବଦଳରେ ଛଟେଇ କରିଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ।

୧୫ ଦିନ ଧରି ଏଏନ୍ଏମ୍‌ଙ୍କ ଆନ୍ଦୋଳନ ଅବ୍ୟାହତ ଥିବା ବେଳେ ଏହାକୁ ଅଧିକ ତୀବ୍ର କରିବାକୁ ୩ ଦିନ ତଳୁ ଆମରଣ ଅନଶନରେ ବସିଛନ୍ତି ୩୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ। ଏମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ମେଡିକାଲରେ ବି ଭର୍ତ୍ତି ହେଲେଣି। ସେପଟେ ଧାରଣାସ୍ଥଳକୁ ଯାଇ ANMଙ୍କୁ ଆଶ୍ୱାସନା ଦେବା ସହ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ହେଲେ ସେମାନଙ୍କ ଦାବି ଶୁଣିବା କିମ୍ବା ଆଲୋଚନା ପାଇଁ ଏଯାଏଁ ଧାରଣାସ୍ଥଳକୁ ଆସି ନାହାନ୍ତି ସରକାର।

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ମୁହଁ ଖୋଲିବା ସହ ରୋକଠୋକ୍ କହିଛନ୍ତି, ANMଙ୍କ ନିଯୁକ୍ତି କଂଣ୍ଟ୍ରାକଚୁଆଲ ଥିଲା। ଆଗକୁ ପଦବୀ ବାହାରିଲେ ଆବେଦନ କରିବାକୁ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ତେବେ ଖାଲି ରାଜଧାନୀ ନୁହେଁ, ନର୍ସ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକା ନିଯୁକ୍ତି ଦେଇ ପରେ ଛଟେଇ କରୁଥିବା ଅଭିଯୋଗରେ ବଲାଙ୍ଗିର ଓ ରାୟଗ଼ଡାକୁ ବ୍ୟାପିଛି। ଏ ଆନ୍ଦୋଳନ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ସାମ୍ନାରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଧାରଣାରେ ବସିଥିବା ବେଳେ ରାୟଗ଼ଡାରେ ମଧ୍ୟ ସମାନ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛଟେଇ ସ୍ୱାସ୍ଥ୍ୟ କର୍ମୀ।

Disengagement-dissent-grows-among-covid-care-workers-odisha-govt-says-reengagement-unlikely
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories