ରଥଯାତ୍ରା ପରିଚାଳନା ନେଇ ବୈଠକରେ ବାହାରିଲାନି ନିଷ୍କର୍ସ

ପୁରୀ:  ଚନ୍ଦନ ଯାତ୍ରା ଓ ରଥଯାତ୍ରା କିପରି କରାଯିବ ସେ ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ବସିଥିଲା।  ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହୋଇ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ନେଇ ଏଥିରେ ଆଲୋଚନା କରିଥିଲେ।

ବୈଠକ ଶେଷରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହପାତ୍ର ସୂଚନା ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କର କୌଣସି ନୀତି ବନ୍ଦ କରାଯିବାର ପ୍ରଶ୍ନ ଉଠୁନି। ଗାଇଡ ଲାଇନ ମାନି କିଭଳି ସବୁ କରାଯିବ ସେ ନେଇ ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଗଜପତି, ମୁଖ୍ୟ ପ୍ରଶାସକ, କମିଟି ସଦସ୍ୟ ଆଜି ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

 

ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ଏହାକୁ ଆୟୋଜନ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିୟୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି । ଯେତେ ସମସ୍ୟା ଉପୁଜିଥିଲେ ବି ଗତ ୨୮୪ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ । ଶ୍ରୀମନ୍ଦିର ଉପରେ ମୁସଲମାନଙ୍କ ଆକ୍ରମଣବେଳେ ୧୭୩୬ ମସିହାରେ କେବଳ ରଥଯାତ୍ରା ବନ୍ଦ ହୋଇଥିଲା । ଏହାପରେ କେବେ ବି ରଥଯାତ୍ରା ବନ୍ଦ ହୋଇନାହିଁ । ଏଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଥଯାତ୍ରା କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।

ରଥଯାତ୍ରା ଲାଗି ଏପ୍ରିଲ ୧୬ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ବିଧି ରହିଛି । ଏଣୁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଆଗୁଆ କରୋନା ଟେଷ୍ଟ କରାଯାଇ ସ୍ୱତନ୍ତ୍ର ଆଇସୋଲେସନରେ ରଖି ରଥ ନିର୍ମାଣ କରାଇବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ସେମାନଙ୍କ କର୍ମସ୍ଥଳରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବା ଉଚିତ । ଏହାସହ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା ନଜର ରଖାଯିବ।

ରଥ ନିର୍ମାଣ ଶେଷ ପରେ ପୁଣି ଏମାନଙ୍କର କରୋନା ଟେଷ୍ଟ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ହେଲା, ସମସ୍ତ ସେବାୟତ ଏବଂ ପୋଲିସ ମିଶି ପ୍ରାୟ ୧୫୦୦ ଜଣଙ୍କୁ ରଥ ଟଣାରେ ନିୟୋଜନ କରାଯିବ । ଏଣୁ ଏମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ କରୋନା ଟେଷ୍ଟ କରାଯିବା ସହ ଏବେଠାରୁ ଆଇସୋଲେସନରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ପରେ ପୁଣି ରଥଯାତ୍ରା ପୂର୍ବରୁ କରୋନା ଟେଷ୍ଟ କରାଯାଇ ରଥ ଟାଣିବାକୁ ଅନୁମତି ପ୍ରଦାନ କରାଯିବ । ଏହାସହ ମନ୍ଦିରର ସମସ୍ତ ସେବାୟତଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯିବ ଯେ, ସେମାନେ ନିଜ ଘରେ କୌଣସି ଶ୍ରଦ୍ଧାଳୁଙ୍କୁ ରଖି ପାରିବେ ନାହିଁ କି ତାଙ୍କ ପରିବାର ଲୋକେ ରଥଯାତ୍ରାବେଳେ ବାହାରେ ବୁଲି ପାରିବେ ନାହିଁ । ପୂର୍ବ ଚିହ୍ନିତ ବ୍ୟକ୍ତିଙ୍କ ଛଡ଼ା ପୁରୀ ରାସ୍ତାରେ ବୁଲି ପାରିବେ ନାହିଁ । ମନ୍ଦିର ଓ ମହାପ୍ରଭୁଙ୍କ ସେବା ସହ ସଂପୃକ୍ତ ଧାର୍ମିକ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ ବା ସଂସ୍ଥା ରଥଯାତ୍ରାରୁ ଦୂରେଇ ରହିବେ ।

ପୁରୀର ସମସ୍ତ ହୋଟେଲ, ଲଜ୍ , ମଠ, ଆଶ୍ରମରେ ଯାତ୍ରୀ ରହିପାରିବେ ନାହିଁ । ଜୁନ୍ ଆରମ୍ଭରୁ ନିଷେଧାଦେଶ ଜାରି କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ରଥଯାତ୍ରାରେ ସାଧାରଣ ଲୋକଙ୍କ ଭାଗିଦାରୀ ରହିବ ନାହିଁ ବୋଲି ସରକାର ଘୋଷଣା କରିବାକୁ ମଧ୍ୟ ପ୍ରସ୍ତାବରେ ରହିଛି । ଏହାଛଡ଼ା ପୁରୀକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ସଂପୂର୍ଣ୍ଣ ବନ୍ଦ ପାଇଁ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି।

ତେବେ ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କ ସହ ବୈଠକରେ ଏ ନେଇ ସ୍ଥିର କରାଯିବ। ଗଜପତି, ମୁଖ୍ୟ ପ୍ରଶାସକ, କମିଟି ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ।

ସୂଚନାଥାଉ କି,  ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ । ରଥଯାତ୍ରା ପୂର୍ବରୁ ଏହି ସାକ୍ଷାତ ଆଲୋଚନାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସେପଟେ ଚନ୍ଦନଯାତ୍ରା ପାଇଁ ଚନ୍ଦନ ପୁଷ୍କରିଣୀରେ ଚାପ ପ୍ରସ୍ତୁତିରେ ବିଶ୍ୱକର୍ମା ଓ ଭୋଇ ସେବକମାନେ ଲାଗି ପଡିଛନ୍ତି । ଅନ୍ୟପକ୍ଷରେ ରଥଖଳାରେ ରଥକାଠ ମଧ୍ୟ ପହଞ୍ଚି ସାରିଛି

ଆହୁରି ପଢ଼ନ୍ତୁ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

You might also like